ସମ୍ବଲପୁର କଂଗ୍ରେସ ସମାବେଶ ନେଇ ଉତ୍ତେଜନା , ସରକାରକୁ ଟାର୍ଗେଟ୍ କଲେ ଭକ୍ତ ଦାସ

ସମ୍ବଲପୁରରେ କଂଗ୍ରେସର ଆକ୍ରୋଶ ସମାବେଶକୁ ସରକାର ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼ ଆଦି ଜିଲ୍ଲାରେ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଉଛି । କର୍ମୀଙ୍କୁ ଫୋନ କରି ଧମାକାଉଛନ୍ତି ପୁଲିସ୍ ଅଧିକାରୀ ।

ସମ୍ବଲପୁରରେ କଂଗ୍ରେସର ଆକ୍ରୋଶ ସମାବେଶକୁ ସରକାର ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼ ଆଦି ଜିଲ୍ଲାରେ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଉଛି । କର୍ମୀଙ୍କୁ ଫୋନ କରି ଧମାକାଉଛନ୍ତି ପୁଲିସ୍ ଅଧିକାରୀ । ସବୁ ଷଡ଼ଯନ୍ତ୍ର ପଛରେ ଜଣେ ପୁଲିସ୍ ଅଧିକାରୀ ଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଉକ୍ତ ଅଧିକାରୀ ସାବଧାବ ହେଇଯାନ୍ତୁ ନହେଲେ ପରିଣାମ ଭୋଗିବାକୁ ପଡ଼ିବ ।

ରାସ୍ତାଘାଟରେ ଯେଉଁ ପ୍ରକାର ସ୍ଥିତି ହେବ ଉକ୍ତ ଅଧିକାରୀ ଦାୟୀ ହେବେ । ଆଜି ସନ୍ଧ୍ୟା ୫ ଟାରେ କଂଗେସର ଆକ୍ରୋଶ ସମାବେଶ ଥିବାବେଳେ ଆଜି ପ୍ରେମମିଟ କରି ବର୍ଷିଛନ୍ତି ଭକ୍ତ ଦାସ । ଏହା ସହିତ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳକୁ ଲଗାଇ ଭଣ୍ଡୁର କଲେ କଡ଼ା ଜବାବ ଦେବୁ । ପୁଲିସ୍ ବ୍ରିଟିଶ ସେନା ଭଳି ବ୍ୟବହାର କଲେ ଜବାବ ଦେବୁ । ଆତଙ୍କିତ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି |

Leave a Reply

Your email address will not be published. Required fields are marked *