ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା , ୮ ଦିନ ହେଲା ଜଳମଗ୍ନ ଗାଁର ଏକମାତ୍ର ରାସ୍ତା

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା । ଚାରିଆଡ଼େ କେବଳ ପାଣି ଆଉ ପାଣି । ଜଳ ନିଷ୍କାସନ ହୋଇନପାରି କେଉଁଠି ଘର ଚାରିପଟେ ପାଣି ଲହଡ଼ି ଭାଙ୍ଗୁଛି ତ ଆଉ କେଉଁଠି ବୁଡ଼ିଯାଇଛି ଶହ ଶହ ଏକର ଧାନ କ୍ଷେତ ।

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା । ଚାରିଆଡ଼େ କେବଳ ପାଣି ଆଉ ପାଣି । ଜଳ ନିଷ୍କାସନ ହୋଇନପାରି କେଉଁଠି ଘର ଚାରିପଟେ ପାଣି ଲହଡ଼ି ଭାଙ୍ଗୁଛି ତ ଆଉ କେଉଁଠି ବୁଡ଼ିଯାଇଛି ଶହ ଶହ ଏକର ଧାନ କ୍ଷେତ । ଜଳମଗ୍ନ ଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, କେଉଁଠି ତଳି ଭାସିଯାଇଛି । ଚାଷୀଙ୍କ ମୁଣ୍ଡରେ ଏବେ ଚେଣ୍ଟା ପଡ଼ିଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍, ଅଲାଇଲୋ ପଞ୍ଚାଯତ ବିଲିପଦା ଗାଁରେ ଦୀର୍ଘ ୮ ଦିନ ହେଲା ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ।

ଏହି ବୁଡ଼ିରହିଥିବା ରାସ୍ତାଟି ଗାଁର ଏକମାତ୍ର ଯାତାୟାତର ମାଧ୍ୟମ। ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ଶିଶୁ ବିପଦପୂର୍ଣ୍ଣ ପାଣି ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଗୋଳିଆ ପାଣିରେ ନିୟମିତ ଯାତାୟାତ ଯୋଗୁଁ ଗ୍ରାମବାସୀ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋ, ସମସ୍ୟା ନେଇ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଛି, ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । 

Leave a Reply

Your email address will not be published. Required fields are marked *