ମୋହନ ଭାଗବତଙ୍କ ପ୍ରବେଶ ନିଷେଧ କରାଯିବା ଉଚିତ୍ : କାନାଡା

କାନାଡାରେ ଭାରତର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପାରିଶ କରାଯାଇଛି। ଏହା ବ୍ୟତୀତ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କାନାଡାରେ ପ୍ରବେଶ ନିଷେଧ କରିବାକୁ ମଧ୍ୟ ଦାବି କରାଯାଇଛି ।

କାନାଡାରେ ଭାରତର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପାରିଶ କରାଯାଇଛି। ଏହା ବ୍ୟତୀତ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କାନାଡାରେ ପ୍ରବେଶ ନିଷେଧ କରିବାକୁ ମଧ୍ୟ ଦାବି କରାଯାଇଛି। କାନାଡାର ନ୍ୟୁ ଡେମୋକ୍ରାଟସ୍ ଫେଡେରାଲ୍ ସରକାରଙ୍କ ନିକଟରେ ଏଭଳି ଦାବି କରିଛି। ସଂଗଠନର ଏହା ଏକ ପୁରୁଣା ଦାବି। ଯାହାକୁ ସଂଗଠନ ଦୋହରାଇଛି। ତେବେ ଏହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି।

କାନାଡାର ବିରୋଧୀ ଦଳ (ଏନଡିପି)ର ଦୁଇ ମହିଳା ସାଂସଦ ବୈଦେଶିକ ବ୍ୟାପାର ମୁଖପାତ୍ର ହେଦର ମ୍ୟାକଫର୍ସନ ଏବଂ ଏନଡିପି ଇମିଗ୍ରେସନ ତଥା ସାର୍ବଜନୀନ ନିରାପତ୍ତା ବ୍ୟାପାର ମୁଖପାତ୍ର ଜେନି କ୍ୱାନ୍ ଅଗଷ୍ଟ ଶେଷ ଭାଗରେ ମୋହନ ଭାଗବତଙ୍କ ପ୍ରସ୍ତାବିତ କାନାଡା ଗସ୍ତ ପୂର୍ବରୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଶର ବୈଦେଶିକ ମନ୍ତ୍ରୀ, ସାର୍ବଜନୀନ ସୁରକ୍ଷା ମନ୍ତ୍ରୀ ଏବଂ ଇମିଗ୍ରେସନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଏନଡିପି ବୈଦେଶିକ ବ୍ୟାପାର ମୁଖପାତ୍ର ହେଥର ମ୍ୟାକଫର୍ସନ କହିଛନ୍ତି, ଆରଏସଏସ ଏକ ଉଗ୍ରବାଦୀ ସଂଗଠନ ଯାହା ଭାରତରେ ଧାର୍ମିକ ସଂଖ୍ୟାଲଘୁ ଏବଂ ସୀମାନ୍ତ ଲୋକଙ୍କ ବିରୋଧରେ ଘୃଣା ଏବଂ ହିଂସାକୁ ପ୍ରୋତ୍ସାହିତ କରୁଛି। ଆରଏସଏସ କାନାଡାରେ ସଂଗଠନ ବିରୋଧରେ କହୁଥିବା ଲୋକଙ୍କୁ ଟାର୍ଗେଟ କରିବା ସହ ଭୟଭୀତ କରୁଛି। ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ଭୟ କରୁଛନ୍ତି ଯେ କାନାଡାରେ ଆରଏସଏସର ଉପସ୍ଥିତି ସେମାନଙ୍କ ବିରୋଧରେ ଘୃଣା ଏବଂ ହିଂସାକୁ ପ୍ରୋତ୍ସାହିତ କରିପାରେ ତଥା ଦୁର୍ବଳ ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇପାରେ।

ସୂଚନାଯୋଗ୍ୟ, ଏନଡିପି ଦଳ ଏକ ଖାଲିସ୍ତାନ ସମର୍ଥକ ସଂଗଠନ ଯାହା ପ୍ରାୟତଃ ଭାରତ ବିରୋଧରେ ବିଷ ଉଗାରିଥାଏ। କାନାଡିଆନ ଫୋରମ ଫର ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଡେମୋକ୍ରାସି ଇନ୍ ଇଣ୍ଡିଆର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ୪୦ ରୁ ଅଧିକ କାନାଡିଆନ ନାଗରିକ ସମାଜ, ମାନବାଧିକାର, ଶ୍ରମ ଏବଂ ଧାର୍ମିକ ସଂଗଠନ କାନାଡାର ଜନ ସୁରକ୍ଷା ମନ୍ତ୍ରୀ ଗ୍ୟାରି ଆନନ୍ଦସଙ୍ଗରୀଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ପ୍ରବେଶ ବାରଣ କରିବାକୁ ଅନୁରୋଧ କରିଛନ୍ତି। ଭାଗବତଙ୍କ କାନାଡା ଗସ୍ତ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ମଧ୍ୟରେ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *