ଲଗାଣ ବର୍ଷା ଓ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । କିନ୍ତୁ କ୍ଷୟକ୍ଷତିର ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି ।
ଲଗାଣ ବର୍ଷା ଓ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । କିନ୍ତୁ କ୍ଷୟକ୍ଷତିର ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି । ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ୨୪, ୨୫ ଓ ୨୬ ତାରିଖ ଏହି ୩ ଦିନ ଲଗାଣ ବର୍ଷା ଯୋଗୁଁ ବହୁ ପରିମାଣରେ ବର୍ଷାଜଳ ପ୍ରବାହିତ ହୋଇଥିଲା । ଏହାପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବା ପରେ ତଳିଆ ଅଞ୍ଚଳରେ ବନ୍ୟା ପ୍ରଭାବ ଅଧିକ ବଢ଼ିଥିଲା । ଜିଲ୍ଲାର ପ୍ରାୟ ୧୦ଟି ଅଞ୍ଚଳ ବର୍ଷାଜନିତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ୍ ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ସମୟରେ ଉଦ୍ଧାର ଓ ରିଲିଫ୍କୁ ପ୍ରାଥମିକତା ଦିଆଯାଇଥିବା ବେଳେ ଏବେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ କ୍ଷୟକ୍ଷତି ଆକଳନ ଉପରେ ପ୍ରଶାସନର ଫୋକସ୍ ରହିଛି ।

