ନୂଆ ଫର୍ମାଟ୍‌ରେ ହକି ବିଶ୍ବକପ୍‌, ତିନି ପର୍ଯ୍ୟାୟରେ ଖେଳ

ମୋଟ ୧୬ ଦଳ ଅଂଶଗ୍ରହଣ କରୁଥିବାବେଳେ ସେମାନଙ୍କୁ ୪ଟି ପୁଲ୍‌ରେ (ଏ,ବି,ସି,ଡି) ବିଭକ୍ତ କରାଯାଇଛି। ପ୍ରତି ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ ଦ୍ବିତୀୟ ରାଉଣ୍ଡ୍‌ ଖେଳିବେ। ଅବଶିଷ୍ଟ ୮ ଦଳକୁ ଦୁଇଟି ପୁଲ୍‌ (ଜି ଓ ଏଚ୍‌)ରେ ବିଭକ୍ତ କରାଯିବ।

ଅଗଷ୍ଟ ୧୫ ତାରିଖରୁ ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସରେ ଖେଳାଯିବାକୁ ଥିବା ଏଫଆଇଏଚ୍‌ ପୁରୁଷ ଓ ମହିଳା ହକି ବିଶ୍ବକପ୍‌ ନୂଆ ଫର୍ମାଟରେ ଖଳାଯିବ। ସମସ୍ତ ଦଳକୁ ଶେଷ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଏହା ୩ଟି ପର୍ଯ୍ୟାୟରେ ଖେଳାଯିବ। ଏହି କାରଣରୁ ଓପନିଂ ରାଉଣ୍ଡ୍‌ରୁ ହିଁ ପଏଣ୍ଟ୍‌ ଗୁରୁତ୍ବପୂର୍ଣ୍ଣ ହେବ, କାରଣ ଏହା ପରବର୍ତୀ ପର୍ଯ୍ୟାୟରେ ବି ହିସାବକୁ ନିଆଯିବ। ଏ ସମ୍ପର୍କରେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲ୍‌ଟନ୍‌ କହିଛନ୍ତି ‘ଏହା ମଜାଦାର ହେବ, ପ୍ରତି ଦଳ ପାଇଁ କ୍ବାର୍ଟରଫାଇନାଲ୍‌ ଭଳି ସୁଯୋଗ ରଖିବ। ଲିଗ୍‌ ପର୍ଯ୍ୟାୟରୁ କେତେ ପଏଣ୍ଟ୍‌ ଅର୍ଜନ ହେବ ତାହା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ’।

କିଭଳି ସୁଯୋଗ ରଖିବ ଏହି ଫର୍ମାଟ
ମୋଟ ୧୬ ଦଳ ଅଂଶଗ୍ରହଣ କରୁଥିବାବେଳେ ସେମାନଙ୍କୁ ୪ଟି ପୁଲ୍‌ରେ (ଏ,ବି,ସି,ଡି) ବିଭକ୍ତ କରାଯାଇଛି। ପ୍ରତି ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ ଦ୍ବିତୀୟ ରାଉଣ୍ଡ୍‌ ଖେଳିବେ। ଅବଶିଷ୍ଟ ୮ ଦଳକୁ ଦୁଇଟି ପୁଲ୍‌ (ଜି ଓ ଏଚ୍‌)ରେ ବିଭକ୍ତ କରାଯିବ। ଏହି ଦଳଗୁଡ଼ିକ କ୍ଲାସିଫିକେସନ୍‌ ପର୍ଯ୍ୟାୟରେ ଖେଳିବେ।

ଦ୍ବିତୀୟ ପର୍ଯ୍ୟାୟରେ ପୁଲ୍‌ ‘ଏ’ ଓ ‘ଡି’ର ୪ ଦଳକୁ ନେଇ ‘ଇ’ ଏବଂ ବି ଓ ସିର ୪ ଦଳକୁ ନେଇ ପୁଲ୍‌ ‘ଏଫ୍‌’ ଗଠିତ ହେବ। ପ୍ରଥମ ପର୍ଯ୍ୟାୟର ପଏଣ୍ଟ୍‌ ଏଠାରେ ହିସାବକୁ ନିଆଯିବ। ଏହି ପର୍ଯ୍ୟାୟରେ ପ୍ରତି ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବେ କିନ୍ତୁ ପ୍ରଥମ ରାଉଣ୍ଡ୍‌ ପ୍ରତିଦ୍ବନ୍ଦ୍ବୀଙ୍କ ସହ ଆଉ ଖେଳିବେ ନାହିଁ। ତୃତୀୟ ରାଉଣ୍ଡ୍‌ରେ ପୁଲ୍‌ ‘ଇ’ ଏବଂ ‘ଏଫ’ର ଶୀର୍ଷ ୨ ଲେଖାଏଁ ଦଳ ସେମିଫାଇନାଲ୍‌ ଖେଳିବେ। ତୃତୀୟ ସ୍ଥାନରେ ଥିବା ଦଳ ୫/୬ ସ୍ଥାନ ପାଇଁ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳ ୭/୮ ସ୍ଥାନ ପାଇଁ ଖେଳିବେ। ସେହି ଦୃଷ୍ଟିରୁ ପ୍ରଥମ ରାଉଣ୍ଡ୍‌ରେ ଅଧିକ ପଏଣ୍ଟ୍‌ ଅର୍ଜନ ସବୁ ଦଳ ପାଇଁ ନିର୍ଣ୍ଣାୟକ ହେବ।

Leave a Reply

Your email address will not be published. Required fields are marked *