ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଆଜି ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ ନିବେଶକ ସମ୍ମିଳନୀ ଓ ରୋଡ୍‌ସୋ ପରିପ୍ରେକ୍ଷୀରେ ସେ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି

 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଆଜି ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ ନିବେଶକ ସମ୍ମିଳନୀ ଓ ରୋଡ୍‌ସୋ ପରିପ୍ରେକ୍ଷୀରେ ସେ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି । ସେ ଚିରିପାଲ୍‌ ପଲିଫିଲ୍ମସର ସିିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ର ସିିଇଓ ଓ ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍‌ସ ଟ୍ରାଏର ସିଇଓ ତଥା ପ୍ରତିଷ୍ଠାତା ବିନୋଦ କାଲ୍‌ରା, ବିୟଣ୍ଡ ସ୍ନାକ୍ସର ପ୍ରତିଷ୍ଠାତା ମାନସ ମଧୁଙ୍କୁ ଭେଟିବା ସହ ଆଲୋଚନା କରିିଥିଲେ ।  ଏହି କମ୍ପାନିଗୁଡ଼ିକ ସହିତ ରାଜ୍ୟ ସରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଶିଳ୍ପ ପ୍ରତିନିଧିମାନଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *