ଟିଏମସିର ପ୍ରକୃତ ଦାବିଦାର କିଏ? ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍

ଟିଏମସିର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍ । ଟିଏମସିରେ ବିଭାଜନ ପରେ ଏବ ଅସଲ ଟିଏମସି କିଏ ତାହା ନିର୍ଦ୍ଧାରଣ ହୋଇନାହିଁ । ପଶ୍ଚିମବଙ୍ଗରେ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୁଇ ଗୋଷ୍ଠୀଙ୍କୁ ଉତ୍ତର ମାଗିଛି ଇସି ।

ଟିଏମସିର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍ । ଟିଏମସିରେ ବିଭାଜନ ପରେ ଏବ ଅସଲ ଟିଏମସି କିଏ ତାହା ନିର୍ଦ୍ଧାରଣ ହୋଇନାହିଁ । ପଶ୍ଚିମବଙ୍ଗରେ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୁଇ ଗୋଷ୍ଠୀଙ୍କୁ ଉତ୍ତର ମାଗିଛି ଇସି । ଗତକାଲି ଟିଏମସି ର ଦୁଇଟି ଗୋଷ୍ଠୀକୁ ପତ୍ର ଲେଖିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ମମତା ବାନାର୍ଜୀଙ୍କ ନେତୃତ୍ୱ ଗୋଷ୍ଠୀ ଏବଂ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱ ଗୋଷ୍ଠୀଙ୍କୁ ପତ୍ର ଲେଖିଛନ୍ତି ଇସିଆଇ । ଉଭୟ ଗୋଷ୍ଠୀକୁ ଜୁଲାଇ ୨୬ ତାରିଖ ଅପରାହ୍ନ ସାଢେ ୫ ଭିତରେ ଉତ୍ତର ଦେବାକୁ କୁହାଯାଇଛି । ଉତ୍ତର ଆଧାରରେ ଇସି ନିଷ୍ପତ୍ତି ନେବ ଯେ ଦଳରେ ପ୍ରକୃତରେ ବିଭାଜନ ହୋଇଛି କି ନାହିଁ । ଏହା ଦ୍ୱାରା ନିର୍ଦ୍ଧାରଣ ହେବ କେଉଁ ଗୋଷ୍ଠୀ ପ୍ରକୃତ ଦଳ ଏବଂ ଦଳର ନାମ ଓ ନିର୍ବାଚନ ପ୍ରତୀକ ବ୍ୟବହାର କରିବାର ଅଧିକାର ରଖିବ । 

Leave a Reply

Your email address will not be published. Required fields are marked *