ପୁଣି ମାତିଲେ ମନ୍ଦିର ଲୁଟେରା । ଭୁବନେଶ୍ବର ଉପକଣ୍ଠ ଉତ୍ତରା ସ୍ଥିତ ମାଆ ଦୁର୍ଲ୍ଲଭା ଦେବୀ ମନ୍ଦିରରୁ ଲୁଟ୍ । ମାଆଙ୍କର ଦେଢ଼ କିଲ ଓଜନର ରୁପା ମୁକୁଟ ସହ ସୁନା ଚିତା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା ।
ପୁଣି ମାତିଲେ ମନ୍ଦିର ଲୁଟେରା । ଭୁବନେଶ୍ବର ଉପକଣ୍ଠ ଉତ୍ତରା ସ୍ଥିତ ମାଆ ଦୁର୍ଲ୍ଲଭା ଦେବୀ ମନ୍ଦିରରୁ ଲୁଟ୍ । ମାଆଙ୍କର ଦେଢ଼ କିଲ ଓଜନର ରୁପା ମୁକୁଟ ସହ ସୁନା ଚିତା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ମନ୍ଦିରର ୨ଟି ଗ୍ରିଲ୍ ତାଲା ଭାଙ୍ଗି ଲୁଟେରାମାନେ କଳାକନା ବୁଲାଇଛନ୍ତି । ଛୋଟ ବଡ଼ ମିଶି ୭ଟି ରୁପା ମୁକୁଟ, ୨୨ ଗ୍ରାମ୍ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।
ଲୁଟ୍ ଅଳଙ୍କାର ମଧ୍ୟରେ ରହିଛି ମାଆଙ୍କର ସୁନା ଆଖି, ସୁନା ଆଖି ପତା, ସୁନା ଚିତା, ମଥା ମଣି ଓ ନୋଥ । ଏଥିସହ ଲୁଟେରାମାନେ ଦାନ ବାକ୍ସରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ଆଜି ସକାଳେ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଗ୍ରିଲ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ମନ୍ଦିର କମିଟି ଏ ସମ୍ପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

