ଇଣ୍ଡୋ-ଫିଲିପାଇନ୍ସ ଓପନ୍‌ କିକ୍‌ବକ୍ସିଂ: ମଧୁପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ

ଫିଲିପାଇନ୍ସର ଲାପୁଲାପୁ ସିଟିରେ ଅନୁଷ୍ଠିତ ‘ଡବ୍ଲ୍ୟୁକେଏ ଇଣ୍ଡୋ-ଫିଲିପାଇନ୍ସ କିକ୍‌ବକ୍ସିଂ ଓପନ୍’ ପ୍ରତିଯୋଗିତାରେ ଦୁଇ ଓଡ଼ିଆ କିକ୍‌ବକ୍ସିଂ ଖେଳାଳି ମଧୁପ୍ରିୟା ବାଇ ଏବଂ ସାଇରାଜ ପଟ୍ଟନାୟକ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଅନ୍ତର୍ଜାତୀୟସ୍ତରରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଦୁଇ ଓଡ଼ିଆ କିକ୍‌ବକ୍ସିଂ ଖେଳାଳି ମଧୁପ୍ରିୟା ବାଇ ଓ ସାଇରାଜ ପଟ୍ଟନାୟକ । ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍‌ଲ୍ୟୁକେଏ ଇଣ୍ଡୋ-ଫିଲିପାଇନ୍ସ କିକ୍‌ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍‌ରେ ମଧୁପ୍ରିୟା ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି । ସେ ଫାଇନାଲ୍‌ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍‌ ଏମ୍‌କୁ ପରାସ୍ତ କରିଥିଲେ । ତେବେ ପୁରୁଷ ୭୪ କେଜି କମ୍‌ ବର୍ଗର ଫାଇନାଲ୍‌ରେ ସାଇରାଜ ହାରି ରୌପ୍ୟ ପଦକ ପାଇଥିଲେ । ଉଭୟ ଅଚ୍ୟୁତ ମାର୍ଶାଲ ଆର୍ଟସ୍ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରତିଯୋଗିତାରେ ଭାରତୀୟ କିକ୍‌ବକ୍ସିଂ ସଂଘ (ଆଇଏକେଓ) ମହାସଚିବ ପୃଥ୍ବୀରାଜ ହରିଚନ୍ଦନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ଏହି ସଫଳତା ଲାଗି ଖେଳାଳିମାନଙ୍କୁ ଭାରତୀୟ କିକ୍‌ବକ୍ସିଂ ସଂଗଠନ ପ୍ରତିଷ୍ଠାତା, ଅଧ୍ୟକ୍ଷ ଗ୍ରାଣ୍ଡମାଷ୍ଟର ଏସ୍‌ଏସ୍‌ ହରିଚନ୍ଦନ ଓ ସଭାପତି ପ୍ରବୋଧ ମହାନ୍ତି ଓ ମହାସଚିବ ପୃଥ୍ବୀରାଜ ଅଭିନନ୍ଦନ ଜଣାଇଛନ୍ତି । 

Leave a Reply

Your email address will not be published. Required fields are marked *