ଆଫଗାନିସ୍ତାନରେ ଭାରତୀୟ ମହିଳା ବ୍ଲଗରଙ୍କୁ ଅଟକ ରଖିଲେ ତାଲିବାନ, ଜରିମାନା ଦେବା ପରେ ହେଲେ ମୁକ୍ତ

ଏହି ଘଟଣା ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପ୍ରାୟ ତିନି ଘଣ୍ଟାର ଆକୁଳ ନିବେଦନ ଓ ଆପୋଷ ବୁଝାମଣା ପରେ ତାଙ୍କୁ ମୁକ୍ତ କରାଯାଇଛି। ଆଫଗାନିସ୍ତାନର କଠୋର ନିୟମ ଅନୁସାରେ କୌଣସି ମହିଳା ଏକାକୀ ଯାତ୍ରା କରିବା ବାରଣ ଥିବାରୁ ଏବଂ ପ୍ରତ୍ୟେକ ପ୍ରଦେଶ ପାଇଁ ସ୍ୱତନ୍ତ୍ର ପରମିଟ୍ ଆବଶ୍ୟକ ହେଉଥିବାରୁ ସେ କ୍ରମାଗତ ଭାବେ ଏପରି କଟକଣାର ସାମ୍ନା କରୁଥିବା ପ୍ରକାଶ କରିଛନ୍ତି।

ଆଫଗାନିସ୍ତାନ ଭ୍ରମଣରେ ଥିବା କେରଳର ଜଣାଶୁଣା ମହିଳା ଟ୍ରାଭେଲ ବ୍ଲଗର ”ବ୍ୟାକପ୍ୟାକର ଅରୁଣିମା”ଙ୍କୁ ବାମିୟାନ ପ୍ରଦେଶରେ ତାଲିବାନ ଅଟକ ରଖିବା ଘଟଣା ସାମ୍ନାକୁ ଆସିଛି। ବିନା ଆନୁଷ୍ଠାନିକ ଅନୁମତିପତ୍ର ଏବଂ ବିନା ପୁରୁଷ ସାଥୀରେ ଏକାକୀ ଯାତ୍ରା କରୁଥିବା ଅଭିଯୋଗରେ ସେଠାକାର ମୁଜାହିଦ୍ଦିନ ତାଙ୍କୁ ଗିରଫ କରିଥିବା ନେଇ ସେ ନିଜ ଫେସବୁକ ପୃଷ୍ଠାରେ ଏକ ଜରୁରୀ ସନ୍ଦେଶ ପୋଷ୍ଟ କରି ଭାରତୀୟ ଦୂତାବାସର ସହାୟତା ଲୋଡ଼ିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପ୍ରାୟ ତିନି ଘଣ୍ଟାର ଆକୁଳ ନିବେଦନ ଓ ଆପୋଷ ବୁଝାମଣା ପରେ ତାଙ୍କୁ ମୁକ୍ତ କରାଯାଇଛି। ଆଫଗାନିସ୍ତାନର କଠୋର ନିୟମ ଅନୁସାରେ କୌଣସି ମହିଳା ଏକାକୀ ଯାତ୍ରା କରିବା ବାରଣ ଥିବାରୁ ଏବଂ ପ୍ରତ୍ୟେକ ପ୍ରଦେଶ ପାଇଁ ସ୍ୱତନ୍ତ୍ର ପରମିଟ୍ ଆବଶ୍ୟକ ହେଉଥିବାରୁ ସେ କ୍ରମାଗତ ଭାବେ ଏପରି କଟକଣାର ସାମ୍ନା କରୁଥିବା ପ୍ରକାଶ କରିଛନ୍ତି।

ଅଟକ ହେବା ପରେ ଅରୁଣିମା ପୂର୍ବରୁ ତାଙ୍କୁ ସହାୟତା କରିଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ, ଯିଏ କି ତାଲିବାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ। ଦୀର୍ଘ ଦିନ ଧରି ନିୟମ ଭଙ୍ଗ କରି ରହିଥିବାରୁ ଜରିମାନା ଦେବାକୁ କୁହାଯାଇଥିଲେ ହେଁ, ଶେଷରେ ସେମାନଙ୍କୁ ଗୁହାରି କରିବା ପରେ ପରବର୍ତ୍ତୀ ଦେଶ ଉଜବେକିସ୍ତାନ ଯିବା ପାଇଁ ଅରୁଣିମାଙ୍କୁ ଅନୁମତି ମିଳିଥିଲା। ନିଜର ଏହି ଦୁଃଖଦ ଅନୁଭୂତି ବର୍ଣ୍ଣନା କରି ସେ କହିଛନ୍ତି ଯେ, କେବଳ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଏହିପରି ଭୟାନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା, ଯାହାକି କୌଣସି ପୁରୁଷ ପର୍ୟ୍ୟଟକଙ୍କ କ୍ଷେତ୍ରରେ ଘଟୁନାହିଁ। ବିଶ୍ୱ ଭ୍ରମଣ କରୁଥିବା ଅରୁଣିମା ଆଫଗାନିସ୍ତାନରେ ସ୍ଥାନୀୟ ପରମ୍ପରା ଅନୁସାରେ ପର୍ଦ୍ଦା ପରିଧାନ କରି ଯାତ୍ରା କରୁଥିଲେ ସୁଦ୍ଧା ସେଠାରେ ଏକାଧିକ ଥର ଯାଞ୍ଚ ଓ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିଥିବା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *