ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ହର୍ମୁଜ ପ୍ରଣାଳୀ’କୁ ଆମେରିକା ଦଖଲ କରିବ ବୋଲି ଟ୍ରମ୍ପ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛି ଇରାନ । ଟ୍ରମ୍ପଙ୍କ ଧମକକୁ ଉପହାସ କରି ଇରାନ କହିଛି ଯେ, ଆମେରିକା ରାଷ୍ଟ୍ରପତି ଅଯଥା କଥା ନକହି ନିଜ ସୁରକ୍ଷା ବିଷୟରେ ଚିନ୍ତା କରିବା ଆବଶ୍ୟକ ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଏବେ ତୀବ୍ର ହୋଇଛି । ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ହର୍ମୁଜ ପ୍ରଣାଳୀ’କୁ ଆମେରିକା ଦଖଲ କରିବ ବୋଲି ଟ୍ରମ୍ପ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛି ଇରାନ । ଟ୍ରମ୍ପଙ୍କ ଧମକକୁ ଉପହାସ କରି ଇରାନ କହିଛି ଯେ, ଆମେରିକା ରାଷ୍ଟ୍ରପତି ଅଯଥା କଥା ନକହି ନିଜ ସୁରକ୍ଷା ବିଷୟରେ ଚିନ୍ତା କରିବା ଆବଶ୍ୟକ । କେବଳ ସେତିକି ନୁହେଁ, ଟ୍ରମ୍ପ ଜୀବନ ଭୟରେ କିଭଳି ‘ଖାଦ୍ୟ ଟ୍ରକ୍’ରେ ଲୁଚି ପଳାଇଥିଲେ, ସେହି କଥା ମନେ ପକାଇ ଇରାନ ତାଙ୍କୁ କଟାକ୍ଷ କରିଛି ।
ଇରାନ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ଅଧ୍ୟକ୍ଷ ଇବ୍ରାହିମ୍ ଅଜିଜି ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ମିଛ କହିବା ବନ୍ଦ କରନ୍ତୁ। ଗତ ମାସରେ ଇରାନ ପକ୍ଷରୁ ହତ୍ୟା ଧମକ ମିଳିବା ପରେ ତୁର୍କୀରୁ ପ୍ରସ୍ଥାନ କରିବା ସମୟରେ ଟ୍ରମ୍ପ କିଭଳି ଜୀବନ ବିକଳରେ ଏକ ଖାଦ୍ୟ ଟ୍ରକ୍ (Food Truck) ଭିତରେ ଲୁଚି ଲୁଚି ନିଜ ଦେଶକୁ ଫେରିଥିଲେ, ତାହା ବୋଧହୁଏ ସେ ଭୁଲି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପ ଦାବି କରିଥିଲେ କି ଆମେରିକାର ନୌସେନା ହର୍ମୁଜ ପ୍ରଣାଳୀକୁ ଅବରୋଧ କରି ରଖିଛି ଏବଂ ଇରାନକୁ ପରାସ୍ତ କରିବା ପରେ ୱାସିଂଟନ ଏହି ଅଞ୍ଚଳକୁ ନିଜର ବୋଲି ଘୋଷଣା କରିବ ।
ଇରାନର ଏହି କଡ଼ା ପ୍ରତିକ୍ରିୟା ପରେ ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀକୁ ଆମେରିକୀୟ ଅଞ୍ଚଳ ଭାବେ ଘୋଷଣା କରିବା ନେଇ ଟ୍ରମ୍ପ ଯାହା କହିଥିଲେ, ତାହା କେବଳ ଏକ ‘ମଜା’ ଥିଲା। ସେ ଏହାକୁ ଗମ୍ଭୀରତାର ସହ କହିନଥିଲେ । ତେବେ ଜୁଲାଇ ମାସରେ ନାଟୋ ସମ୍ମିଳନୀ ପରେ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଯେଉଁ ରିପୋର୍ଟ ଆସିଥିଲା, ତାକୁ ଆଧାର କରି ଇରାନ ଏବେ ତାଙ୍କୁ ଘେରିବାକୁ ଚେଷ୍ଟା କରୁଛି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏବଂ ଇରାନର ପାଲଟା ଜବାବ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇବା ସଙ୍କେତ ଦେଉଛି ।

