ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସକୁ ମିଳିଲା ବଡ଼ ସୁରାକ୍ । ଲୁଟ୍ ପଛରେ ଅଛନ୍ତି ପେସାଦାର ଲୁଟେରା । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ।

ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସକୁ ମିଳିଲା ବଡ଼ ସୁରାକ୍ । ଲୁଟ୍ ପଛରେ ଅଛନ୍ତି ପେସାଦାର ଲୁଟେରା । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି । କିଛି ଅପରାଧୀ ମଧ୍ୟ ପୁଲିସ ସ୍କାନରରେ ଅଛନ୍ତି । ପୂର୍ବରୁ ଲୁଟ୍କୁ ନେଇ ସନ୍ଦେହ କରାଯାଉଥିବାବେଳେ ତଦନ୍ତ ପରେ ଏହା ଯୋଜନା ବଦ୍ଧ ଲୁଟ୍ ବୋଲି ଡିସିପି କହିଥିଲେ । ତେବେ ଏପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ ।
ରବିବାର ରାତି ପ୍ରାୟ ୧୦ରୁ ସାଢ଼ ୧୦ଟା ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା ଗହଣା ବ୍ୟବସାୟୀ ଓ ତାଙ୍କ ସହ ଥିବା ଜଣେ ଗହଣା ଦୋକାନୀ କର୍ମଚାରୀ ଠାରୁ ଲୁଟ୍ର ଶିକାର ହୋଇଥିଲେ । ଓଏମପି ଛକ ସ୍ଥିତ କଲିକତା ବସ୍ ଷ୍ଟପ୍କୁ ସ୍କୁଟିରେ ଯିବା ସମୟରେ ଜାତୀୟ ରାଜପଥ ୧୬ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଲୁଟେରା ହଠାତ୍ ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ମାରିଥିଲେ ।
