ୟୁପି କଂଗ୍ରେସର କଂଗ୍ରେସର ମଙ୍ଗ ଧରିଲେ ଆରାଧନା ମିଶ୍ରା

ନୂଆ ଦାୟିତ୍ୱ ମିଳିବା ପରେ ଆରାଧନା କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେପି ସାରା ଦେଶରେ ‘୪୦୦ ପାର୍’ର ନାରା ଦେଇଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳକୁ ରୋକିବାରେ ବିରୋଧୀ ମେଣ୍ଟ ସଫଳ ହୋଇଥିଲା ବୋଲି ସେ କହିଛନ୍ତି ।

ଉତ୍ତରପ୍ରଦେଶ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ଆରାଧନା ମିଶ୍ରାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ରାଜନୈତିକ ମହଲରେ ସେ ‘ମୋନା ମିଶ୍ରା’ ନାମରେ ମଧ୍ୟ ପରିଚିତ । ନୂଆ ଦାୟିତ୍ୱ ମିଳିବା ପରେ ଆରାଧନା କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେପି ସାରା ଦେଶରେ ‘୪୦୦ ପାର୍’ର ନାରା ଦେଇଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳକୁ ରୋକିବାରେ ବିରୋଧୀ ମେଣ୍ଟ ସଫଳ ହୋଇଥିଲା ବୋଲି ସେ କହିଛନ୍ତି ।ଆରାଧନାଙ୍କ ଅନୁସାରେ, ବିଜେପିକୁ ରୋକିବାରେ INDIA ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହି ମେଣ୍ଟ ମଜବୁତ ଓ ପ୍ରଭାବଶାଳୀ ଥିବାରୁ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ଏହାର ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ବୋଲି ସେ ଆଶାବାଦୀ ।

ନୂଆ ଦାୟିତ୍ୱ ସହ ଆରାଧନାଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମେଣ୍ଟ ଧର୍ମ ପାଳନ କରିବା । ବିଶେଷକରି ସମାଜବାଦୀ ପାର୍ଟି ସହ ଉତ୍ତମ ସମନ୍ୱୟ ଓ ନିରନ୍ତର ଆଲୋଚନା ଜାରି ରଖିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

ଉତ୍ତରପ୍ରଦେଶ କଂଗ୍ରେସର ନୂଆ ଟିମ୍‌ରେ ଇମ୍ରାନ ମସୁଦଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ତେବେ ଅତୀତରେ ତାଙ୍କ କିଛି ବୟାନକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । ଏପରିକି କିଛି ସମୟରେ ତାଙ୍କ ବୟାନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରୁଥିବା ନେଇ ଚର୍ଚ୍ଚା ହୋଇଛି । ଏବେ ଆରାଧନା ମିଶ୍ରା ଅଧ୍ୟକ୍ଷ ଏବଂ ଇମ୍ରାନ ମସୁଦ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବାରୁ ଦୁଇ ଦଳ ମଧ୍ୟରେ ସମନ୍ୱୟ ବଢ଼ିବ ବୋଲି ଆଶା କରାଯାଉଛି। ବୟାନବାଜି ଯୋଗୁଁ ମେଣ୍ଟ ମଧ୍ୟରେ ସୃଷ୍ଟି ହେଉଥିବା ମତଭେଦକୁ କମାଇବା ମଧ୍ୟ ନୂଆ ନେତୃତ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ଆରାଧନା ମିଶ୍ରାଙ୍କ ନିଯୁକ୍ତି ଉପରେ ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ କାହାକୁ ଅଧ୍ୟକ୍ଷ କରିବ, ତାହା ଦଳର ଆଭ୍ୟନ୍ତରୀଣ ବିଷୟ। କିନ୍ତୁ ଦାୟିତ୍ୱପୂର୍ଣ୍ଣ ପଦରେ ଥିବା ନେତାମାନେ ଦାୟିତ୍ୱର ସହ ବୟାନ ଦେବା ଉଚିତ । ରାଜୀବ ରାୟ ଆହୁରି କହିଛନ୍ତି ଯେ, ଅଧ୍ୟକ୍ଷ ହେବା ପରେ ମୋନା ମିଶ୍ରା ଦେଇଥିବା ପ୍ରଥମ ବୟାନରେ INDIA ମେଣ୍ଟ ଜିତିବ ବୋଲି କହିଛନ୍ତି, ଯାହାକୁ ସେ ସ୍ୱାଗତ କରୁଛନ୍ତି । ଏହି ପ୍ରତିକ୍ରିୟାରୁ ଆରାଧନା ମିଶ୍ରାଙ୍କ ନିଯୁକ୍ତିକୁ ସମାଜବାଦୀ ପାର୍ଟି ସକାରାତ୍ମକ ଭାବେ ଦେଖୁଥିବା ସଙ୍କେତ ମିଳୁଛି।

Leave a Reply

Your email address will not be published. Required fields are marked *