ଅନୁସୂଚିତ ଅଞ୍ଚଳ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପେରମେଟଲା ପଞ୍ଚାୟତ କୁନିଗୁଡ଼ା ଗ୍ରାମରେ ଆନ୍ଧ୍ରର ମୂଞ୍ଚିମପୁଟ ପୁଲିସ ପକ୍ଷରୁ ଏହି ଗ୍ରାମର ମହିଳା ଓ ପୁରୁଷମାନଙ୍କୁ ବିନା ନୋଟିସରେ ଗ୍ରାମରେ ପଶି ମନଇଚ୍ଛା ଗିରଫ କରି ନେଉଛନ୍ତି । ଓଡ଼ିଶା ପୁଲିସ ଏହାର ଟେର ପାଇପାରୁନଥିବା ଅଭିଯୋଗ ହୋଇଛି ।
ଅନୁସୂଚିତ ଅଞ୍ଚଳ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପେରମେଟଲା ପଞ୍ଚାୟତ କୁନିଗୁଡ଼ା ଗ୍ରାମରେ ଆନ୍ଧ୍ରର ମୂଞ୍ଚିମପୁଟ ପୁଲିସ ପକ୍ଷରୁ ଏହି ଗ୍ରାମର ମହିଳା ଓ ପୁରୁଷମାନଙ୍କୁ ବିନା ନୋଟିସରେ ଗ୍ରାମରେ ପଶି ମନଇଚ୍ଛା ଗିରଫ କରି ନେଉଛନ୍ତି । ଓଡ଼ିଶା ପୁଲିସ ଏହାର ଟେର ପାଇପାରୁନଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି ଗତ ୩ ବର୍ଷରୁ ଅଧିକା ସମୟ ହେବ ଆନ୍ଧ୍ର ପୁଲିସ ଆସି କୁନିଗୁଡା,ପରଲୁବାନ୍ଦା,ଗନ୍ଦିଗୁଡା,ରୁମା,ବିଡାର ପାକନା,ମୁଟଲା ଗୁଡା,ଜାମ ଯୋଡି, ତେନ୍ତୁଳିଗୁଡା ଏଭଳି ଅନେକ ଗ୍ରାମରୁ ରାତି ଅଧାରେ ଆସି ମନଇଚ୍ଛା ଗ୍ରାମର ଚାଷୀ ଲୋକଙ୍କୁ ଉଠେଇ ନେଇ ଜେଲରେ ଭର୍ତ୍ତି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯଦି ସେହି ଗ୍ରାମବାସୀ ବେଆଇନ କାମ କରି ଅପରାଧ କରିଛନ୍ତି, ତାହା ହେଲେ ଓଡିଶା ପୁଲିସ ପ୍ରଶାସନ କଣ ପାଇଁ ଚୁପ ବସିଛନ୍ତି? ଓଡିଶା ଭିତରେ ଆନ୍ଧ୍ର ପୁଲିସ ଓଡିଶା ପୁଲିସକୁ ଜଣାଇ ଆସୁଛନ୍ତି ନା ବିନା ଅନୁମତିରେ ପ୍ରବେଶ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି? ଯଦି ଓଡିଶା ପ୍ରଶାସନକୁ ନଜଣାଇ ଆନ୍ଧ୍ର ପୁଲିସ ଆସୁଛନ୍ତି ତାହାହେଲେ ଓଡିଶା ପୁଲିସ କଣ ପାଇଁ ଚୁପ ବସିଛନ୍ତି?
ଏନେଇ ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ମାନେ ଯଥା ସେହି ଅଞ୍ଚଳର ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ପରିଷଦ, ବିଧାୟକମାନେ କଣ ପାଇଁ ଉଚିତ ପଦକ୍ଷେପ ନ ନେଇ ଗରିବ ଲୋକମାନେ ହଇରାଣ ହେଉଥିଲେ ଦେଖୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଆନ୍ଧ୍ର ପୁଲିସ ଆସି ଛେଳି ଓ କୁକୁଡ଼ାକୁ ଗୋଡେଇ ଗୋଦେଇ ଧରିଲା ଭଳି ଗ୍ରାମବାସୀଙ୍କୁ ମନ ଇଚ୍ଛା ଧରି ନେଇ ଯାଉଥିବାରୁ ଗ୍ରାମବାସୀମାନେ ସମସ୍ତେ ମିଶି ଆନ୍ଧ୍ର ପୁଲିସ କରୁଥିବା ଅନ୍ୟାୟ ବିରୁଦ୍ଧରେ ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ସ୍ୱରତ୍ତୋଳନ କରି ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଆନ୍ଧ୍ର ପୁଲିସ ଗାଡିକୁ ଦୀର୍ଘ ସମୟ ଧରି ଅଟକାଯାଇଥିଲା। ବର୍ତ୍ତମାନ ଆନ୍ଧ୍ର ପୁଲିସର ଧରପଗଡକୁ ନେଇ ଗ୍ରାମବାସୀମାନେ ସମସ୍ତେ ଚିତ୍ରକୋଣ୍ଡା ଥାନାର ଦ୍ୱାରସ୍ତ ହେଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନକୁ ଗୁହାରି କରାଯାଉଛି ଯେ ସ୍ୱାଭିମାନ ଅଞ୍ଚଳର ଗରିବ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ସଠିକ ଭାବେ ତଦନ୍ତ କରି ନ୍ୟାୟ ଦିଆଯାଉ । ନଚେତ ଆସନ୍ତା ଦିନରେ ଏହା ଏକ ତୀବ୍ର ରୂପ ଧାରଣ କରିବ ବୋଲି କୁହାଯାଇଛି ।

