ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୨% ସୁଧ : ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା

ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା  ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି।

 ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା  ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି। ଗତ ଏପ୍ରିଲ-ଜୁନ ତ୍ରୈମାସିକର ସୁଧକୁ ଆସନ୍ତା ତ୍ରୈମାସିକ ପାଇଁ ଅପରିବର୍ତ୍ତିତ ରଖାଯାଇଛି।
ସେହି ଅନୁସାରେ ଡାକ ଘର ସଞ୍ଚୟ ଖାତା ସୁଧ ୪ ପ୍ରତିଶତ, ବର୍ଷିକିଆ ମିଆଦୀ ଜମା ସୁଧ ୬.୯ ପ୍ରତିଶତ, ଦୁଇ ବର୍ଷିଆ ମିଆଦୀ ଜମା ସୁଧ ୭ ପ୍ରତିଶତ, ୩ ବର୍ଷିଆ ମିଆଦୀ ଜମା ସୁଧ ୭.୧ ପ୍ରତିଶତ ଓ ୫ ବର୍ଷିଆ ମିଆଦୀ ଜମା ସୁଧ ୭.୫ ପ୍ରତିଶତ ରହିଛି। ୫ ବର୍ଷିଆ ରିକରିଂ ଡିପୋଜିଟ୍‌ (ଆର୍‌ଡି) ଜମା ସୁଧ ୬.୭ ପ୍ରତିଶତ, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ସୁଧ ୮.୨ ପ୍ରତିଶତ, ମାସିକ ଆୟ ଖାତା ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ ସୁଧ ୭.୭ ପ୍ରତିଶତ ଓ ପବ୍ଲିକ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ସ୍କିମ୍‌ ସୁଧ ୭.୧ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *