ନିଜ ୟୁଟ୍ୟୁବ ଚ୍ୟାନେଲ୍ରେ ସେ କହିଛନ୍ତି “ସାମସନ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କିନ୍ତୁ ସେ ଭାରତୀୟ ଦଳରେ ସୁଯୋଗ ପାଉନାହାନ୍ତି ଓ ଅଭିଷେକ କିପରି ପାଇଚାଲିଛନ୍ତି ?
ଭାରତୀୟ ଦଳର ଦୁଇ ବ୍ୟାଟର୍ ସଂଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ନେଇ ବିସିସିଆଇ ଅଲଗା ଅଲଗା ମାନଦଣ୍ଡ ଗ୍ରହଣ କରୁଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବ୍ୟାଟର ତଥା ଚୟନକର୍ତ୍ତା କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ।
ନିଜ ୟୁଟ୍ୟୁବ ଚ୍ୟାନେଲ୍ରେ ସେ କହିଛନ୍ତି “ସାମସନ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କିନ୍ତୁ ସେ ଭାରତୀୟ ଦଳରେ ସୁଯୋଗ ପାଉନାହାନ୍ତି ଓ ଅଭିଷେକ କିପରି ପାଇଚାଲିଛନ୍ତି ? ବିଫଳତା ସତ୍ତ୍ବେ ଅଭିଷେକଙ୍କୁ କିପରି ବାରମ୍ବାର ସୁଯୋଗ ପାଇଚାଲିଛନ୍ତି ଓ ସାମସନ୍ କାହିଁକି ପାଉନାହାନ୍ତି? ଗୋଟିଏ ଖେଳାଳିକୁ ସୁଯୋଗ ମିଳୁଛି ଓ ଅନ୍ୟ ଖେଳାଳିକୁ କାହିଁକି ମିଳୁନି?’’ ତେବେ ଶ୍ରୀକାନ୍ତ କହିଛନ୍ତି ଯେ ଅଧିକରୁ ଅଧିକ ରନ କରିବାକୁ ସାମସନ୍ ଉଦ୍ୟମ କରିବା ଆବଶ୍ୟକ। ପ୍ରଥମ କେତୋଟି ବଲ୍ ଶାନ୍ତଭାବେ ଖେଳିବା ଉଚିତ୍।
ପୂର୍ବତନ ଟେଷ୍ଟ ଖେଳାଳି ହନୁମା ବିହାରି ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନଥିଲା। କିନ୍ତୁ ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ଅଭିଷେକ ବାରମ୍ବାର ବିଫଳ ହୋଇଚାଲିଛନ୍ତି। ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ସେ ଗୋଟିଏ ଅର୍ଦ୍ଧଶତକକୁ ଛାଡିଦେଲେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଯଦି ବିଶ୍ବକପ୍କୁ ମିଶାଯାଏ, ତେବେ ଗତ ୧୮ ମ୍ୟାଚ୍ରେ ସେ ମାତ୍ର ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ଖେଳାଳି ଆଇପିଏଲ୍ରେ ସମାନ ପ୍ରଦର୍ଶନ କରିଥିଲେ ବି ଅଲଗା ଅଲଗା ମାପଦଣ୍ଡ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

