ସଙ୍କଟରେ ଆଞ୍ଚଳିକ ଦଳ ! ବଢ଼ୁଛି ଜାତୀୟ ଦଳର ପ୍ରଭାବ

ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ, କଡ଼ ଲେଉଟାଉଛି ଭାରତୀୟ ରାଜନୈତିକ ଦୃଶ୍ୟପଟ । ଟିଏମ୍‌ସି, ଶିବସେନା, ଏନ୍‌ସିପି, ଶିରୋମଣି ଅକାଳୀ ଦଳ, ଆର୍‌ଜେଡି, ବିଜେଡି, ଆପ୍, ବିଆର୍‌ଏସ୍ ଭଳି ଆଞ୍ଚଳିକ ଦଳ, ବର୍ଷ ବର୍ଷ ଧରି ଶାସନ ଗାଦିରେ ବସିଥିଲେ । କିନ୍ତୁ ଏବେ ଏମାନେ କ୍ଷମତାରୁ ବାହାରେ ।

ଏନଡିଏସ୍‌ ସରକାର ୧୨ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ସାରାଦେଶରେ ବଦଳୁଛି ରାଜନୈତିକ ଦୃଶ୍ୟ । ଧିରେ ଧିରେ ଦୁର୍ବଳ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଆଂଚଳିକ ଦଳ । ଅସ୍ତିତ୍ୱ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ । ଶିବସେନା, ଏନସିପି, ଅକାଳୀଦଳ ପରେ ଏବେ ବିପର୍ଯ୍ୟୟ ମୁହାଁ ମମତାଙ୍କ ଟିଏମ୍‌ସି । ଏପଟେ ବିଜେଡି ଭାଙ୍ଗୁଥିବାରୁ ଛନକା ପଶିଛି ।

ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ, କଡ଼ ଲେଉଟାଉଛି ଭାରତୀୟ ରାଜନୈତିକ ଦୃଶ୍ୟପଟ । ଟିଏମ୍‌ସି, ଶିବସେନା, ଏନ୍‌ସିପି, ଶିରୋମଣି ଅକାଳୀ ଦଳ, ଆର୍‌ଜେଡି, ବିଜେଡି, ଆପ୍, ବିଆର୍‌ଏସ୍ ଭଳି ଆଞ୍ଚଳିକ ଦଳ, ବର୍ଷ ବର୍ଷ ଧରି ଶାସନ ଗାଦିରେ ବସିଥିଲେ । କିନ୍ତୁ ଏବେ ଏମାନେ କ୍ଷମତାରୁ ବାହାରେ । ଗୋଟିଏ ସମୟରେ ଜାତୀୟ ମେଣ୍ଟରେ ପ୍ରାୟତଃ ନିର୍ଣ୍ଣାୟକ ଥିଲେ, କିନ୍ତୁ ଏବେ ନିଜ ରାଜ୍ୟରେ ତିଷ୍ଠିକି ରହିବା ପାଇଁ  ସଂଘର୍ଷ କରୁଛନ୍ତି । ଆଞ୍ଚଳିକ ଦଳଗୁଡ଼ିକର ଉଦୟ, ଯାହା ପାଇଁ ଜାତୀୟ ପ୍ରସଙ୍ଗ ଅପେକ୍ଷା ଆଞ୍ଚଳିକ ସ୍ୱାଦ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ସେମାନେ ଏବେ ବାହ୍ୟ ଚାପରେ ଭାଗ ଭାଗ ହେବାକୁ ଯାଉଥିବା ସମୟରେ ଦଳୀୟ ସଙ୍ଗଠନକୁ ସଜାଡିବା ଆହ୍ୱାନ ପାଲଟିଛି ।

ନିକଟରେ ହେଇଥିବା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍‌ସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସେମାନଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନ ଛିଡ଼ା କରିଛି । ଭାରତର ରାଜନୈତିକ କାନଭାସରେ ପ୍ରମୁଖ ଆଞ୍ଚଳିକ ଦଳ ଏସ୍‌ପି, ଡିଏମ୍‌କେ, ଟିଏମ୍‌ସି, ବିଏସ୍‌ପି, ବିଜେଡି, ଶିରୋମଣି ଅକାଳୀ ଦଳ, ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଆର୍‌ଜେଡି, ଭାରତ ରାଷ୍ଟ୍ର ସମିତି ଏବଂ ବାମ ଦଳ ଗୁଡ଼ିକ କ୍ଷମତା ବାହାରେ ଅଛନ୍ତି । ଅନ୍ୟପଟେ ବିଜେପି ଭାରତର ୨୧ଟି ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହୋଇପାରିଛି ।

ତାମିଲନାଡ଼ୁ କିନ୍ତୁ ନୂଆ ବାର୍ତ୍ତା ଦେଇଛି । ଡିଏମକେ ଓ ଏଡିଏମକେ ଦୁର୍ବଳ ହୋଇଥିଲେ ବିଜୟ ଥଲାପତିଙ୍କ ଦଳ ଟିଭିକେ ନୂଆ ଆଞ୍ଚଳିକ ଦଳ ଭାବେ କ୍ଷମତାକୁ ଆସିଛି ।

Leave a Reply

Your email address will not be published. Required fields are marked *