ରିୟାଦରେ ବଦଳିଥିବା ସୁରକ୍ଷା ପରିସ୍ଥିତିକୁ ନଜରରେ ରଖି ଭାରତରୁ ରିୟାଦ ଯାଉଥିବା ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଇଣ୍ଡିଗୋର କିଛି ଉଡ଼ାଣ ଅକ୍ଟୋବର ୧୦ ଯାଏଁ ବାତିଲ କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ମାଗଣାରେ ଉଡ଼ାଣ ପୁନଃନିର୍ଦ୍ଧାରଣ କିମ୍ବା ପୂର୍ଣ୍ଣ ରିଫଣ୍ଡର ସୁବିଧା ମିଳିବ।
ସାଉଦି ଆରବ ରାଜଧାନୀ ରିୟାଦକୁ ଭାରତରୁ ବିଭିନ୍ନ ବିମାନ ଉଡ଼ାଣ ବାତିଲ । ରିୟାଦର କିଙ୍ଗ୍ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ୟେମେନରୁ ହୁତି ବିଦ୍ରୋହୀଙ୍କ ମିସାଇଲ ଆକ୍ରମଣ ପରେ ବିମାନ ସେବା ବାତିଲ କରିଛନ୍ତି ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ । ୧୦ ତାରିଖ ଯାଏଁ ଉଡ଼ାଣ ରଦ୍ଦ କରିଛନ୍ତି ଏହି ୩ ବିମାନ । ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ପ୍ରଭାବିତ ଯାତ୍ରୀଙ୍କୁ ମାଗଣାରେ ଉଡ଼ାଣ ପୁନଃନିର୍ଦ୍ଧାରଣ କିମ୍ବା ଟିକେଟ ବାତିଲ କଲେ ପୂର୍ଣ୍ଣ ରିଫଣ୍ଡ ମିଳିବ ବୋଲି ସୂଚନା ମିଳିଛି। ଆଜି ରିୟାଦରେ ଏକାଧିକ ବିସ୍ଫୋରଣ ହେବା ଫଳରେ କିଙ୍ଗ ଖାଲିଦ ବିମାନବନ୍ଦରର ଉଡ଼ାଣ ପ୍ରଭାବିତ ହୋଇଛି। ସେପଟେ ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାଉଦିରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ, ଜରୁରୀ ନଥିଲେ ଘର ଭିତରେ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମାନିବାକୁ କୁହାଯାଇଛି ।…
ରିୟାଦକୁ ୩ ବିମାନ ଉଡ଼ାଣ ବାତିଲ
– ସାଉଦି ଆରବ ରାଜଧାନୀ ରିୟାଦକୁ ଭାରତରୁ ବିଭିନ୍ନ ବିମାନ ଉଡ଼ାଣ ବାତିଲ
– ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଇଣ୍ଡିଗୋ ବିମାନ ବାତିଲ
– ଅକ୍ଟୋବର ୧୦ ଯାଏଁ ଉଡ଼ାଣ ରଦ୍ଦ କରିଛନ୍ତି ଏହି ୩ ବିମାନ କମ୍ପାନି
– ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପ୍ରବାସୀଙ୍କୁ ସତର୍କ ସୂଚନା
– ସାଉଦିରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ କୁହାଯାଇଛି
– ଜରୁରୀ ନଥିଲେ ଘର ଭିତରେ ରହିବାକୁ ପରାମର୍ଶ

