ମାନବିକତାର ବଡ଼ ଉଦାହରଣ ; ଅସୁସ୍ଥ ଛାତ୍ରୀଙ୍କୁ ପିଠିରେ ବୋହି ହସ୍ପିଟାଲ୍ ପହଞ୍ଚାଇଲେ ସ୍କୁଲ ୱାର୍ଡେନ୍

ଆନ୍ଧ୍ରପ୍ରଦେଶର ଏକ ଦୁର୍ଗମ ଆଦିବାସୀ ଅଞ୍ଚଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଜଣେ ସ୍କୁଲ ୱାର୍ଡେନ୍ ନିଜ ଅସୁସ୍ଥ ଛାତ୍ରୀଙ୍କୁ ପିଠିରେ ବୋହି ପ୍ରାୟ ୬ କିଲୋମିଟର ପାହାଡ଼ିଆ ଓ ଜଙ୍ଗଲ ରାସ୍ତା ଚାଲି ହସ୍ପିଟାଲରେ ପହଞ୍ଚାଇଛନ୍ତି । ତାଙ୍କର ଏହି ଭଲ କାର୍ଯ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏବଂ ସବୁଠାରୁ ପ୍ରଶଂସା ସାଉଁଟୁଛି । 

ଯେଉଠିଁ ସ୍କୁଲର ପାଠ ପଢାର ବହିରେ ଗୋଳମାଳ ହେଉଛି, କେଉଠିଁ ହଷ୍ଚେଲରୁ ଛାତ୍ର ନିଖୋଜ ହେଉଯାଉଛନ୍ତି, ତ ଆଉ କେଁଠି ପିଲାଙ୍କୁ ନିର୍ଯାତନା ଦିଆଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ସେଇଠି ଏମିତି ଏକ ଖବର ଆସୁଛି ଯାହା ଦର୍ଶାଉଛି ଯେ ଏବେ ବି ମାନବିକତା ବଞ୍ଚି ରହିଛି । ଆନ୍ଧ୍ରପ୍ରଦେଶର ଏକ ଦୁର୍ଗମ ଆଦିବାସୀ ଅଞ୍ଚଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଜଣେ ସ୍କୁଲ ୱାର୍ଡେନ୍ ନିଜ ଅସୁସ୍ଥ ଛାତ୍ରୀଙ୍କୁ ପିଠିରେ ବୋହି ପ୍ରାୟ ୬ କିଲୋମିଟର ପାହାଡ଼ିଆ ଓ ଜଙ୍ଗଲ ରାସ୍ତା ଚାଲି ହସ୍ପିଟାଲରେ ପହଞ୍ଚାଇଛନ୍ତି । ତାଙ୍କର ଏହି ଭଲ କାର୍ଯ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏବଂ ସବୁଠାରୁ ପ୍ରଶଂସା ସାଉଁଟୁଛି । 

ସୂଚନା ଅନୁସାରେ ଛାତ୍ରୀଙ୍କୁ ପ୍ରବଳ ଜ୍ୱର ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । କିନ୍ତୁ ସେହି ଦୁର୍ଗମ ଅଞ୍ଚଳରେ ନା ରାସ୍ତା ଥିଲା, ନା ଆମ୍ବୁଲାନ୍ସ ନା ଅନ୍ୟ କୌଣସି ଗାଡ଼ିର ବ୍ୟବସ୍ଥା । ଏପରି ପରିସ୍ଥିତିରେ ସ୍କୁଲ ୱାର୍ଡେନ୍ ହେମା କୌଣସି ବିଳମ୍ବ ନକରି ଛାତ୍ରୀଙ୍କୁ ନିଜ ପିଠିରେ ବୋହି ହସ୍ପିଟାଲକୁ ନେବାକୁ ନିଷ୍ପତ୍ତି ନେଇଥିଲେ । ସେ ପାହାଡ଼ିଆ, ପଥରିଆ ଓ ଜଙ୍ଗଲିଆ ରାସ୍ତା ଦେଇ ପ୍ରାୟ ୬ କିଲୋମିଟର ଚାଲିବା ପରେ ଛାତ୍ରୀଙ୍କୁ ଗାଡ଼ି ଯାଏଁ ପହଞ୍ଚାଇଥିଲେ । ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରମାନଙ୍କ କହିବା ଅନୁସାରେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବାରୁ ଛାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ଏବଂ ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି । 

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଲୋକମାନେ ୱାର୍ଡେନ୍ ହେମାଙ୍କୁ “ପ୍ରକୃତ ହିରୋ” ବୋଲି କହୁଛନ୍ତି । ଅନେକ ଲୋକ ତାଙ୍କର ନିଷ୍ଠା, ସାହସ ଓ ମାନବିକତାକୁ ପ୍ରଶଂସା କରିବା ସହ ସରକାର ତାଙ୍କୁ ସମ୍ମାନିତ କରିବା ଉଚିତ୍ ବୋଲି ମତ ଦେଇଛନ୍ତି । ଏହି ଘଟଣା ଦୁର୍ଗମ ଆଦିବାସୀ ଅଞ୍ଚଳରେ ରାସ୍ତା, ଯାତାୟାତ ଓ ସ୍ୱାସ୍ଥ୍ୟ ସୁବିଧାର ଅଭାବକୁ ମଧ୍ୟ ପୁଣିଥରେ ସାମ୍ନାକୁ ଆଣିଛି ।

Leave a Reply

Your email address will not be published. Required fields are marked *