ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି ।
ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ରୋଷେଇ ଘରର ବଜେଟ୍କୁ ବିଗାଡ଼ି ଦେଇଛି ପରିବା ଦର । ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ପ୍ରାୟ ସବୁ ପରିବାର ଦର ବଢ଼ିଥିବା ଦେଖିବାକୁ ମିଳିଛି । ବାଇଗଣ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ ୧୦୦ ଟଙ୍କା, କୋବି ୬୦ ଟଙ୍କା, ଭେଣ୍ଡି ୮୦ ଟଙ୍କା ଏବଂ ବିନ୍ସ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି ।
ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଥିବାରୁ ବଜାରକୁ ପରିବାର ଆଗମନ କମିଯାଇଛି। ଏହାର ସିଧାସଳଖ ପ୍ରଭାବ ଦର ଉପରେ ପଡ଼ିଛି । ଏପଟେ ହଠାତ୍ ପରିବା ଦର ବୃଦ୍ଧି ପାଇଁ ଗୃହିଣୀ ଓ ସାଧାରଣ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷା କମିବା ସହ ପରିବାର ଯୋଗାଣ ସ୍ୱାଭାବିକ ହେଲେ ଦର କମିବ ବୋଲି ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି ।

