‘ଭାରତୀୟ ୱେଟଲିଫ୍ଟିଂର ଗୌରବ’ କହି ମୀରାବାଇଙ୍କୁ ପ୍ରଶଂସିଲେ ପ୍ରଧାନମନ୍ତ୍ରୀ

କମନୱେଲଥ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବଢ଼ାଇଥିବା ଷ୍ଟାର ୱେଟଲିଫ୍ଟର ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ୍ ମିଡିଆରେ ସେ ଲେଖିଛନ୍ତି, “ଭାରତୀୟ ୱେଟଲିଫ୍ଟିଂରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି ମୀରାବାଇ ଚାନୁ ।

କମନୱେଲଥ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବଢ଼ାଇଥିବା ଷ୍ଟାର ୱେଟଲିଫ୍ଟର ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ୍ ମିଡିଆରେ ସେ ଲେଖିଛନ୍ତି, “ଭାରତୀୟ ୱେଟଲିଫ୍ଟିଂରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି ମୀରାବାଇ ଚାନୁ । ୪୮ କେଜି ବର୍ଗରେ ତାଙ୍କର ଚମତ୍କାର ପ୍ରଦର୍ଶନ ଓ ସ୍ୱର୍ଣ୍ଣ ପଦକ ବିଜୟ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଲଗାତାର ଦୁଇଟି କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ମୀରାବାଇଙ୍କ ନାମରେ ଏବେ ମୋଟ ଚାରିଟି କମନୱେଲଥ୍ ପଦକ ରହିଛି। ତାଙ୍କର ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା । ମୀରାବାଇଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦୀ । ମୀରାବାଇଙ୍କ ଏହି ସଫଳତାରେ ସମଗ୍ର ଦେଶ ଉତ୍ସାହିତ ହୋଇଥିବାବେଳେ ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *