ଭାରତରେ ଶେଷ ଥର କେଉଁ ମହିଳାଙ୍କୁ ଦିଆଯାଇଥିଲା ଫାଶୀ ? ଶବନମଙ୍କଠାରୁ ନୀଳ ଡ୍ରମ୍ ପର୍ଯ୍ୟନ୍ତ

ଭାରତରେ ମହିଳାଙ୍କୁ ଫାଶୀ ଦେବା ଘଟଣା ଅତ୍ୟନ୍ତ ବିରଳ । ତେବେ ଏହି ପ୍ରସଙ୍ଗରେ ରତନ ବାଇ ଜୈନଙ୍କ ନାମ ଉଲ୍ଲେଖ କରାଯାଏ। ତାଙ୍କୁ ୧୯୫୫ ମସିହାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଥିବା ଦାବି କରାଯାଏ ।

ତ୍ତରପ୍ରଦେଶର ମେରଠକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡରେ କୋର୍ଟଙ୍କ ରାୟ ପରେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦେବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ଏହି ମାମଲାରେ ମୁସ୍କାନ ରସ୍ତୋଗୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ସାହିଲଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ ୨୦୨୫ରେ ସୌରଭ ରାଜପୁତଙ୍କ ହତ୍ୟା ପରେ ତାଙ୍କ ମୃତଦେହକୁ ନୀଳ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଲୁଚାଇ ରଖାଯାଇଥିଲା ।

ଏହି ଘଟଣା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ଭାରତରେ ଶେଷ ଥର ପାଇଁ କେଉଁ ମହିଳାଙ୍କୁ ଫାଶୀ ଦିଆଯାଇଥିଲା ? ଆଉ କେଉଁ ମହିଳା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଅଦାଲ ତ?

କିଏ ଥିଲେ ଶେଷ ମହିଳା ଫାଶୀ ଦୋଷୀ?
ଭାରତରେ ମହିଳାଙ୍କୁ ଫାଶୀ ଦେବା ଘଟଣା ଅତ୍ୟନ୍ତ ବିରଳ। ତେବେ ଏହି ପ୍ରସଙ୍ଗରେ ରତନ ବାଇ ଜୈନଙ୍କ ନାମ ଉଲ୍ଲେଖ କରାଯାଏ। ତାଙ୍କୁ ୧୯୫୫ ମସିହାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଥିବା ଦାବି କରାଯାଏ। ତିନିଜଣ ନାବାଳିକାଙ୍କ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା କୁହାଯାଏ। ତେବେ ଏହି ଐତିହାସିକ ତଥ୍ୟର ସ୍ୱତନ୍ତ୍ର ପ୍ରାମାଣିକ ଯାଞ୍ଚ ଆବଶ୍ୟକ।

ଶବନମ ମାମଲା କାହିଁକି ଚର୍ଚ୍ଚାରେ?
୨୦୦୮ ମସିହାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ବାୱନଖେଡ଼ି ଗାଁରେ ଘଟିଥିବା ଏକ ଭୟଙ୍କର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ମାମଲାରେ ଶବନମ ଅଲ୍ଲୀ ଏବଂ ତାଙ୍କ ପ୍ରେମିକ ସଲିମଙ୍କ ନାମ ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, ଦୁହେଁ ମିଶି ଶବନମଙ୍କ ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ତାଙ୍କ ବାପା, ମାଆ, ଭାଇ, ଭାଉଜ ଏବଂ ଏକ ୧୦ ମାସର ଶିଶୁ ମଧ୍ୟ ଥିଲା।

ଏହି ମାମଲାରେ ଶବନମଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ସୁପ୍ରିମକୋର୍ଟ ମଧ୍ୟ ଦଣ୍ଡକୁ କାଏମ ରଖିଥିଲେ ଏବଂ ତାଙ୍କ ଦୟା ଆବେଦନ ଖାରଜ ହୋଇଥିଲା। କିନ୍ତୁ ଆଇନଗତ ପ୍ରକ୍ରିୟା ଯୋଗୁଁ ତାଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇନାହିଁ।

ଅନ୍ୟ ମହିଳାଙ୍କୁ ମଧ୍ୟ ମିଳିଥିଲା ମୃତ୍ୟୁଦଣ୍ଡ
ହରିୟାଣାର ସୋନିଆ ଏବଂ ତାଙ୍କ ସ୍ୱାମୀ ସଞ୍ଜୀବଙ୍କୁ ୨୦୦୧ରେ ନିଜ ପରିବାରର ଆଠଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ମିଳିଥିଲା। ସେହିପରି ରେଣୁକା ସିନ୍ଦେ ଓ ସୀମା ଗାଭିତଙ୍କୁ ଶିଶୁ ଅପହରଣ ଏବଂ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ପରେ ଆଇନଗତ ବିଳମ୍ବକୁ ଆଧାର କରି ସେମାନଙ୍କ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା।

ଏହି ଘଟଣାଗୁଡ଼ିକ ଦର୍ଶାଉଛି ଯେ ଭାରତରେ ମହିଳାଙ୍କୁ ମୃତ୍ୟୁଦଣ୍ଡ ମିଳିବା ଏବଂ ତାହା କାର୍ଯ୍ୟକାରୀ ହେବା ଦୁଇଟି ଭିନ୍ନ ପ୍ରକ୍ରିୟା। ଅଦାଲତଙ୍କ ରାୟ ପରେ ମଧ୍ୟ ଦୟା ଆବେଦନ ଓ ଅନ୍ୟ ଆଇନଗତ ବିକଳ୍ପ ଯୋଗୁଁ ଦଣ୍ଡ କାର୍ଯ୍ୟକାରୀ ହେବାରେ ବିଳମ୍ବ ହୋଇପାରେ।

Leave a Reply

Your email address will not be published. Required fields are marked *