ବିଷ ବୋତଲ ଧରି ବ୍ୟାଙ୍କ୍ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ । ବାଲେଶ୍ବର ଭୋଗରାଇ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ ଜଣେ ମହିଳା ବିଷ ବୋତଲ ଧରି ଆତ୍ମହତ୍ୟା ପାଇଁ ଧମକ ଦେଉଛନ୍ତି । ମହିଳା ଜଣକ ବ୍ୟାଙ୍କରୁ ଋଣ କରିଥିବା ବେଳେ ସବସିଡି ଟଙ୍କା ବ୍ୟାଙ୍କ ମ୍ୟାନେଜର ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି ।
ବିଷ ବୋତଲ ଧରି ବ୍ୟାଙ୍କ୍ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ । ବାଲେଶ୍ବର ଭୋଗରାଇ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ ଜଣେ ମହିଳା ବିଷ ବୋତଲ ଧରି ଆତ୍ମହତ୍ୟା ପାଇଁ ଧମକ ଦେଉଛନ୍ତି । ମହିଳା ଜଣକ ବ୍ୟାଙ୍କରୁ ଋଣ କରିଥିବା ବେଳେ ସବସିଡି ଟଙ୍କା ବ୍ୟାଙ୍କ ମ୍ୟାନେଜର ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ମ୍ୟାନେଜରଙ୍କୁ ସେ ଅଟକ ରଖିବା ସହ ଟଙ୍କା ନ ଦେଲେ ବିଷ ଖାଇବେ ବୋଲି ଚେତାବନୀ ଦେଇଛନ୍ତି । ଘଟଣାକୁ ନେଇ ବ୍ୟାଙ୍କ ଆଗରେ ଚାପା ଉତ୍ତେଜନା ଦେଖାଦେଇଛି ।
ମହିଳା ଜଣକ ବ୍ୟାଙ୍କରୁ ପ୍ରାୟ ୭ ଲକ୍ଷ ୫୬ ହଜାର ଋଣ କରିଥିଲେ । ମାତ୍ର ସେଥିରୁ ବ୍ୟାଙ୍କ୍ ତାଙ୍କୁ ୪ ଲକ୍ଷ ୫୬ ହଜାର ଟଙ୍କା ଦେଇ ୩ ଲକ୍ଷ ଟଙ୍କା ଉଠାଇବାକୁ ଦେଇ ନଥିଲେ । ଯାହାକୁ ନେଇ ମହିଳା ଜଣକ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି ।

