ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ନିଜ ପରିବାର ସହ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ୩ ବର୍ଷର ନାତି ମଧ୍ୟ ଶୋଇଥିଲେ।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ଗାଁରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଗତ କିଛି ଦିନ ହେବ ଜାରି ରହିଥିବା ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ମାଟି କାନ୍ଥ ଭୁଶୁଡି ପଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ୬୫ ବର୍ଷୀୟ ରାମଚନ୍ଦ୍ର ବେହେରା।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ନିଜ ପରିବାର ସହ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ୩ ବର୍ଷର ନାତି ମଧ୍ୟ ଶୋଇଥିଲେ। ବର୍ଷା ଯୋଗୁଁ ମାଟି କାନ୍ଥଟି ସମ୍ପୂର୍ଣ୍ଣ ଭିଜି ଦୁର୍ବଳ ହୋଇଯାଇଥିଲା ଏବଂ ହଠାତ୍ ସେମାନଙ୍କ ଉପରେ ପଡିଯାଇଥିଲା। ଏହି ଅଘଟଣରେ ରାମଚନ୍ଦ୍ର କାନ୍ଥ ତଳେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀ ଓ ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି।

