ବନ୍ୟା ପରେ ବାଙ୍କୀରେ ବ୍ୟାପିଲା ଝାଡ଼ାବାନ୍ତି , ୩୦ରୁ ଅଧିକ ମେଡିକାଲରେ ଭର୍ତ୍ତି

ବନ୍ୟା ପରେ ବାଙ୍କୀରେ ବଢ଼ିଲା ଝାଡ଼ାବାନ୍ତି ଆଶଙ୍କା । ବିଭିନ୍ନ ଗାଁରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ । ଅସୁସ୍ଥ ହୋଇ ୩୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ବନ୍ୟା ପରେ ବାଙ୍କୀରେ ବଢ଼ିଲା ଝାଡ଼ାବାନ୍ତି ଆଶଙ୍କା । ବିଭିନ୍ନ ଗାଁରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ । ଅସୁସ୍ଥ ହୋଇ ୩୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ବନ୍ୟା ପରେ ଏବେ ଝାଡ଼ାବାନ୍ତିକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । ବନ୍ୟା ପାଣି ଛାଡ଼ିବା ପରେ ଅନେକ ଅଞ୍ଚଳରେ ଜଳ ଓ ପରିମଳ ସମସ୍ୟା ଦେଖାଦେଇଛି । ଏଭଳି ସ୍ଥିତିରେ ଦୂଷିତ ପାଣି କିମ୍ବା ଅସ୍ୱଚ୍ଛ ପରିବେଶ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିବାର ଆଶଙ୍କା ରହିଛି । ବିଭିନ୍ନ ଗାଁରୁ ଏହି ରୋଗରେ ଆକ୍ରାନ୍ତ ଲୋକ ଚିହ୍ନଟ ହେବା ସହ ଚିକିତ୍ସା ପାଇଁ ମେଡିକାଲକୁ ଆସୁଛନ୍ତି ।

ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇଦେବା ସହ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ବନ୍ୟା ପରେ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ପାଣିକୁ ଫୁଟାଇ କିମ୍ବା ବିଶୋଧନ କରି ପିଇବା ସହ ଖାଦ୍ୟକୁ ଢାଙ୍କି ରଖିବାକୁ କୁହାଯାଇଛି । ସେପଟେ ଝାଡ଼ାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବନ୍ୟା ପରେ ବାଙ୍କୀରେ ଝାଡ଼ାବାନ୍ତିର ପ୍ରକୋପକୁ ନେଇ ଏବେ ଚିନ୍ତା ବଢ଼ିଥିବା ବେଳେ ସତର୍କତା ହିଁ ସବୁଠୁ ବଡ଼ ଅସ୍ତ୍ର ।

Leave a Reply

Your email address will not be published. Required fields are marked *