ଡକାୟତମାନେ ଘରେ ଥିବା ଏକ ଛୋଟ ପିଲାର ମୁଣ୍ଡରେ ବନ୍ଧୁକ ଲଗାଇ ଘରର ସମସ୍ତ ସୁନା-ରୂପା ଅଳଙ୍କାର ସମେତ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ନେଇ ଫେରାର ହୋଇଯାଇଥିଲେ । ଲୁଟ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ଏକ ବଡ଼ ଡକାୟତି ଘଟଣା ସାମ୍ନାକୁ ଆସିଛି । କରୁଣାକର ଓଝାଙ୍କ ଘରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ୫ରୁ ଅଧିକ ଡକାୟତ ଘରେ ପଶି ବନ୍ଧୁକ ଦେଖାଇ ଲୁଟପାଟ କରିଥିଲେ । ଡକାୟତମାନେ ଘରେ ଥିବା ଏକ ଛୋଟ ପିଲାର ମୁଣ୍ଡରେ ବନ୍ଧୁକ ଲଗାଇ ଘରର ସମସ୍ତ ସୁନା-ରୂପା ଅଳଙ୍କାର ସମେତ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ନେଇ ଫେରାର ହୋଇଯାଇଥିଲେ । ଲୁଟ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।
ଘଟଣା ସମୟରେ ଘରେ କେବଳ ବୋହୂ, ଶାଶୁ ଓ ଏକ ଛୋଟ ପିଲା ଉପସ୍ଥିତ ଥିଲେ । ଖବର ପାଇ ଆଜି ସକାଳେ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଆସି ତଦନ୍ତରେ ସହଯୋଗ କରିବେ ବୋଲି ସୂଚନା ମିଳିଛି । କିଛି ଦିନ ବ୍ୟବଧାନ ପରେ ଅଞ୍ଚଳରେ ପୁଣି ଚୋରି ଓ ଡକାୟତି ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଚିନ୍ତା ପ୍ରକାଶ ପାଇଛି ।

