ଫୁଲିଲା ମହାନଦୀ, ଛୋଟ ବନ୍ୟା! ହୀରାକୁଦରୁ ଖୋଲିଲା ଆହୁରି ଗେଟ୍

ଉପରମୁଣ୍ଡରେ ବର୍ଷା ପରେ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଫଳରେ ଏବେ ୩୦ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୫ ଲକ୍ଷ ୭୪ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୫ ଲକ୍ଷ ୨୪ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି ।

ମହାନଦୀରେ ବନ୍ୟା । ଉପରମୁଣ୍ଡରେ ବର୍ଷା ପରେ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଫଳରେ ଏବେ ୩୦ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୫ ଲକ୍ଷ ୭୪ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୫ ଲକ୍ଷ ୨୪ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ମୁଣ୍ଡୁଳି ଦେଇ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ବନ୍ୟାକୁ ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଏବଂ କାଠଯୋଡ଼ି ନଦୀରେ ପାଣି ବୃଦ୍ଧି ପାଇଛି। ଏହା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ ଆଶିଂକ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। ବାଙ୍କୀ, ବଡ଼ମ୍ବା, ଆଠଗଡ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଛି । ଚାଷ ଜମିରେ ପାଣି ଜମିଛି, କିଛି କିଛି ସ୍ଥାନରେ ଜଳମଗ୍ନ ସ୍ଥିତି ଦେଖାଦେଇଛି । 

ମହାନଦୀରେ ବନ୍ୟା!

ଉପରମୁଣ୍ଡରେ ବର୍ଷା ପରେ ବଢ଼ିଛି ହୀରାକୁଦ ଜଳସ୍ତର
ହୀରାକୁଦରେ ୩୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ
ମୁଣ୍ଡୁଳି ଦେଇ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ
ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ ନଦୀରେ ବଢ଼ୁଛି ଜଳସ୍ତର
ଦୟା, ଭାର୍ଗବୀ, କୁଆଖାଇ ଏବଂ କାଠଯୋଡ଼ିରେ ବନ୍ୟା ଆଶଙ୍କା
କଟକ ଜିଲ୍ଲା ବାଙ୍କୀ, ବଡ଼ମ୍ବା, ଆଠଗଡ ଅଂଚଳରେ ପଶିଲା ପାଣି
ପୁରୀର କଣାସ, ସତ୍ୟବାଦୀ, ବ୍ରହ୍ମଗିରି, ନିମାପଡ଼ା, ଗୋପ ହୋଇପାରେ ପ୍ରଭାବିତ
ଜଗତସିଂହପୁରର ବାଲିକୁଦା, ଏରସମା, ତିର୍ତ୍ତୋଲରେ ଆସିପାରେ ବନ୍ୟା
କେନ୍ଦ୍ରାପଡ଼ାର ପାଟକୁରା ଓ ଗରପୁର ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା
କିଛି କିଛି ସ୍ଥାନରେ ଜଳମଗ୍ନ ସ୍ଥିତି ଓ ବୁଡ଼ିଛି ଚାଷ ଜମି

Leave a Reply

Your email address will not be published. Required fields are marked *