ଏହି୧୦୦୦ତମ ମାଇଲ୍ଖୁଣ୍ଟ ମ୍ୟାଚ୍ର ଚତୁର୍ଥ ମିନିଟ୍ରେ କେଇତୋ ନାକାମୁରାଙ୍କ ପାସ୍କୁ ଡାଇଚି କାମାଡ଼ା ଗୋଲ୍ରେ ପରିଣତ କରି ଜାପାନକୁ ଆଗରେ ରଖିଥିଲେ।
ଫିଫା ବିଶ୍ବକପ୍ର ୧୦୦୦ତମ ମ୍ୟାଚ୍ ରବିବାର ଖେଳାଯାଇଛି। ଏହି ଐତିହାସିକ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଜାପାନ ଓ ଟ୍ୟୁନିସିଆ। ଏଥିରେ ଜାପାନ ୪-୦ ଗୋଲ୍ରେ ଟ୍ୟୁନିସିଆକୁ ହରାଇ ଚଳିତ ବିଶ୍ବକପ୍ର ନକ୍ଆଉଟ୍ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ପରାଜୟ ସହ ଟ୍ୟୁନିସିଆ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି। ଗ୍ରୁପ୍-ଏଫ୍ରେ ଜାପାନର ନିଜର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସ ସହ ଡ୍ର ରଖି ଗୋଟିଏ ପଏଣ୍ଟ୍ ପାଇଥିଲା। ଏହି ବିଜୟ ସହ ଜାପାନର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି ଏବଂ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ନେଦରଲାଣ୍ଡ୍ସ ୪ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଆଗରେ ରହି ଶୀର୍ଷ ସ୍ଥାନରେ ଦଖଲ କରିଛି। ସ୍ବିଡେନ୍ ୨ ମ୍ୟାଚ୍ରୁ ୧ ବିଜୟ ଓ ପରାଜୟରୁ ୩ ପଏଣ୍ଟ୍ ପାଇ ତୃତୀୟ ଏବଂ ଟ୍ୟୁନିସିଆ ପଏଣ୍ଟ୍ଶୂନ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି। ଗ୍ରୁପ୍ର ଶ୍ରେଷ ଦୁଇ ମ୍ୟାଚ୍ରେ ସ୍ବିଡେନ୍କୁ ଜାପାନ ଏବଂ ଟ୍ୟୁନିସିଆକୁ ନେଦରଲାଣ୍ଡ୍ସ ଭେଟିବ।
ଏହି୧୦୦୦ତମ ମାଇଲ୍ଖୁଣ୍ଟ ମ୍ୟାଚ୍ର ଚତୁର୍ଥ ମିନିଟ୍ରେ କେଇତୋ ନାକାମୁରାଙ୍କ ପାସ୍କୁ ଡାଇଚି କାମାଡ଼ା ଗୋଲ୍ରେ ପରିଣତ କରି ଜାପାନକୁ ଆଗରେ ରଖିଥିଲେ। ଏହାପରେ ଆୟାସେ ଉଏଦା (୩୧ ମିନିଟ୍)ଙ୍କ ଗୋଲ୍ରେ ଜାପାନ୍ ୨-୦ରେ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧରେ ୨-୦ରେ ଆଗରେ ଥିବା ଜାପାନ ଦ୍ବିତୀୟାର୍ଦ୍ଧରେ ୨ଟି ଗୋଲ୍ ଲଦି ୪-୦ରେ ବିଜୟ ମୁଣ୍ଡଇ ମାରିଥିଲା। ଜୁନିୟା ଇତୋ (୬୯ ମିନିଟ୍) ଦଳ ପାଇଁ ତୃତୀୟ ଗୋଲ୍ କରିଥିଲେ। ଏହର ୧୫ ମିନିଟ୍ ପରେ କାଇଶୁ ସାନୋଙ୍କ ସୁନ୍ଦର ପାସ୍କୁ ଉଏଦା (୮୪ ମିନିଟ୍) ମୁଣ୍ଡରେ ବଲ୍କୁ ଟ୍ୟୁନିସିଆର ଗୋଲ୍ ପୋଷ୍ଟ୍କୁ ପଠାଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଏହି ଐତିହାସିକ ମ୍ୟାଚ୍ରେ ଦଳର ବିଜୟରେ ନିଜର ଛାପ ଛାଡ଼ିଥିଲେ।

