ପ୍ରିକ୍ବାର୍ଟରରେ ଆମେରିକା: ବୋସନିଆକୁ ୨-୦ରେ ହରାଇଲା

କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାକୁ ଯାଉଥିଲା ବେଳେ ଫୋଲାରିନ୍‌ ବାଲୋଗନ୍‌ଙ୍କ ଗୋଲ୍‌ରେ ଆରେମିକା ଆଗୁଆ ହୋଇଯାଇଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ଆମେରିକାକୁ ବଡ଼ ଝଟ୍‌କା ଲାଗିଥିଲା।

ସହଆୟୋଜକ ଆମେରିକା ଚଳିତ ଫିଫା ବିଶ୍ବକପ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ସ୍ଥାନୀୟ ସାନ୍‌ ଫ୍ରାନ୍‌ସି‌ସ୍କୋ ବେ ଏରିଆ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଏହି ଘରୋଇ ଦଳ ୨-୦ ଗୋଲ୍‌ରେ ବୋସନିଆ ଓ ହର୍ଜେଗୋଭିନାକୁ ପରାସ୍ତ କରିଛି। ଆମେରିକା ୭ ତାରିଖ ପ୍ରିକ୍ବାର୍ଟରଫାଇନାଲ୍‌ରେ ବେଲ୍‌ଜିୟମ୍‌କୁ ଭେଟିବ।

କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାକୁ ଯାଉଥିଲା ବେଳେ ଫୋଲାରିନ୍‌ ବାଲୋଗନ୍‌ଙ୍କ ଗୋଲ୍‌ରେ ଆରେମିକା ଆଗୁଆ ହୋଇଯାଇଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ଆମେରିକାକୁ ବଡ଼ ଝଟ୍‌କା ଲାଗିଥିଲା। ଗୋଲ୍‌ କରିଥିବା ବାଲୋଗନ୍‌ ୬୪ତମ ମିନିଟ୍‌ରେ ବୋସନିଆର ତାରିକ ମୁହାରେମୋଭିକ୍‌ଙ୍କୁ ବିପଦପୂର୍ଣ୍ଣ ଫାଉଲ୍‌ ମାରି ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। 

ଫିଫା ବିଶ୍ବକପ୍‌ରେ ଗୋଲ୍‌ ଦେବା ପରେ ରେଡକାର୍ଡ ପାଇବାରେ ସେ ଜିନେଡିନ୍‌ ଜିଡାନ (୨୦୦୬) ପରେ ପ୍ରଥମ ଖେଳାଳି ହୋଇଥିଲେ। ‌ସେ ପନିଆ ଛାଡ଼ିବା ପରେ ଘରୋଇ ଦଳ ୧୦ ଜଣକୁ ନେଇ ଖେଳିଥିଲା। ଏହାର ଫାଇଦା ଉଠାଇବାକୁ ବୋସନିଆ ବହୁଚେଷ୍ଟା କରିଥିଲେ ମଧ୍ୟ ଆମେରିକାର ରକ୍ଷଣଭାଗ ଭେଦ କରିପାରି ନଥିଲା। କିନ୍ତୁ ୮୨ତମ ମିନିଟ୍‌ରେ ଆମେରିକା ଫ୍ରି କିକ୍‌ ଅର୍ଜନ କରିନେଇଥଇଲା। ଏହାକୁ ମଲିକ ଟିଲମାନ ସିଧା ବୋସନିଆ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦଳକୁ ୨-୦ରେ ବିଜୟ ଭେଟି ଦେଇଥିଲେ। ଏଥିସହ ଆମେରିକା ୨୦୦୨ ପରେ ପ୍ରଥମ ଥର ନକ୍‌ଆଉଟ୍‌ରେ ବିଜୟୀ ହୋଇଥିଲା।

Leave a Reply

Your email address will not be published. Required fields are marked *