ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ଚେକ୍ ପଏଣ୍ଟ୍ ଉପରେ ହୋଇଥିବା ଆକ୍ରମଣ ରେ ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀମାନେ ଛଅ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କୁ ହତ୍ୟା କରିବା ସହ ଅନ୍ୟ ଆଠ ଜଣଙ୍କୁ ଅପହରଣ କରିଥିବା କଥା ମଙ୍ଗଳବାର ସୁରକ୍ଷା ଅଧିକାରୀମାନେ କହିଛନ୍ତି।

ପାକିସ୍ତାନର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଫେଡେରାଲ୍ କନଷ୍ଟାବୁଲାରୀ (ଏଫ୍ସି)ର ଛଅ ଜଣ ସଦସ୍ୟ ସହିଦ ହୋଇଛନ୍ତି ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ଦ୍ୱିତୀୟ ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ଆଠଜଣ ଏଫ୍ସି କର୍ମଚାରୀଙ୍କୁ ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇଥିଲେ। ପାକିସ୍ତାନ ସେନା ତୁରନ୍ତ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଟିଟିପି ଏହାର ସୋସିଆଲ ମିଡିଆ ଚ୍ୟାନେଲରେ ଅପହରଣ କରିଥିବା ପୁରୁଷଙ୍କ ଏକ ଚିତ୍ର ପୋଷ୍ଟ କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।