ପଶ୍ଚିମ ଏସିଆରେ ଥମୁନି ଉତ୍ତେଜନା, ହୁତି ଆକ୍ରମଣରେ ହାଇଦ୍ରାବାଦର ଭାରତୀୟ ମୃତ

ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ମୃତ । ତାଙ୍କର ୨ ଶିଶୁ ଗୁରୁତର ହୋଇଛନ୍ତି । ଗତକାଲି ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ।

ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ମୃତ । ତାଙ୍କର ୨ ଶିଶୁ ଗୁରୁତର ହୋଇଛନ୍ତି । ଗତକାଲି ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ମୃତକ ହେଲେ ମହମ୍ମଦ ୟୁସୁଫ ଅଲ୍ଲି। ତାଙ୍କର ଦୁଇ ଶିଶୁଙ୍କର ଚିକିତ୍ସା ଚାଲିଛି । ତାଙ୍କ ଘର ହାଇଦ୍ରାବାଦରେ ବୋଲି ଜଣାପଡିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 

ହୁତି ବିଦ୍ରୋହୀଙ୍କ ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ସାଧାରଣ ନାଗରିକ ଓ ସେମାନଙ୍କ ବ୍ୟବହାରରେ ଥିବା ଭିତ୍ତିଭୂମି ଉପରେ ବାରମ୍ବାର ଆକ୍ରମଣକୁ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ଏହା ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛି ।  

Leave a Reply

Your email address will not be published. Required fields are marked *