ପଶ୍ଚିମବଙ୍ଗ ଏସଆଇଆର ମାମଲା : ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ

ପଶ୍ଚିମବଙ୍ଗରେ ଭାରତୀୟ ନିର୍ବାଚନ କମିସନ(ଇସିଆ) ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ଯେଉଁମାନଙ୍କର

ପଶ୍ଚିମବଙ୍ଗରେ ଭାରତୀୟ ନିର୍ବାଚନ କମିସନ(ଇସିଆ) ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ଯେଉଁମାନଙ୍କର ନାମ ବାଦ୍ ଦିଆଯାଇଥିଲା ସେମାନଙ୍କର ଆବେଦନର ସମାଧାନ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ଲକରେ ଏସଆଇଆର ଟ୍ରିବ୍ୟୁନାଲ ପ୍ରତିଷ୍ଠା ଏବଂ ଆବେଦନର ସମୟସୀମା ମଧ୍ୟରେ ସମାଧାନ ପାଇଁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ନେଇ ଜବାବ ତଲବ କରି ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି।ଏସଆଇଆର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମତ ଦେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ନିର୍ବାଚନ କମିସନଙ୍କ ଅନୁଯାୟୀ ରାଜ୍ୟରେ ଏସଆଇଆର ଯୋଗୁଁ ୨୭ ଲକ୍ଷ ଲୋକ ଭୋଟ ଦେବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି, କିନ୍ତୁ ବାସ୍ତବରେ ୩୪ ଲକ୍ଷ ସାଧାରଣ ଲୋକ ଭୋଟ ଦେବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି। 

ରାଜ୍ୟ ହାଇକୋର୍ଟର ଜଣେ ବିଚାରପତି ନିଜେ ସ୍ୱୀକାର କରିଛନ୍ତି ଯେ ମାମଲାଗୁଡ଼ିକର ନିଷ୍ପତ୍ତି ନେବାର ଗତି ଅତି କମରେ ୨୧ ବର୍ଷ ଲାଗିବ, ଯାହା ଫଳରେ ସମଗ୍ର ପରିବାର କ୍ଷତିଗ୍ରସ୍ତ ହେବେ। ଯଦି ତାଲିକାରେ ନାମ ନାହିଁ,ତେବେ ରାସନ ବନ୍ଦ କରିଦିଆଯାଏ ଏବଂ କୌଣସି ସୁବିଧା ଯୋଗାଇ ଦିଆଯାଏ ନାହିଁ।

ମାମଲାର ଶୁଣାଣି ସମୟରେ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି, ଯଦି ମାମଲା ପରିଚାଳନା ପାଇଁ ଗଠିତ ଟ୍ରିବ୍ୟୁନାଲ ଆଶାନୁରୂପ କାର୍ଯ୍ୟ ନ କରେ, ତେବେ ଏହାର କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନ କରାଯାଇପାରେ। କୋର୍ଟ ଉଲ୍ଲେଖ କରିଛନ୍ତି, ମାମଲାକୁ ନେଇ ବହୁ ସମୟ ବିତିଯାଇଛି, ତେଣୁ ବର୍ତ୍ତମାନ ଟ୍ରିବ୍ୟୁନାଲ କେତେ ମାମଲା ସମାଧାନ କରିଛି ତାହା ପରୀକ୍ଷା କରିବା ଆବଶ୍ୟକ। ଏହି ମନ୍ତବ୍ୟର ଜବାବରେ, ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ କହିଛନ୍ତି ଯେ ସେମାନେ ଖୁବ୍ ଶୀଘ୍ର କୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବେ।

Leave a Reply

Your email address will not be published. Required fields are marked *