ପଦ୍ମପୁର ଗାଁରେ ହାତୀ ଉପଦ୍ରବରେ ଚାଞ୍ଚଲ୍ୟକର ପରିସ୍ଥିତି ଦେଖାଦେଇଛି । ଯୋଡ଼ା ହାତୀ ଗାଁ ଭିତରକୁ ପ୍ରବେଶ କରି ଘର ଭାଙ୍ଗିବା ସହ ଆକ୍ରମଣ କରିଛି । ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି ।
ପଦ୍ମପୁର ଗାଁରେ ହାତୀ ଉପଦ୍ରବରେ ଚାଞ୍ଚଲ୍ୟକର ପରିସ୍ଥିତି ଦେଖାଦେଇଛି । ଯୋଡ଼ା ହାତୀ ଗାଁ ଭିତରକୁ ପ୍ରବେଶ କରି ଘର ଭାଙ୍ଗିବା ସହ ଆକ୍ରମଣ କରିଛି । ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।
ରାତି ସମୟରେ ହାତୀ ଦଳ ହଠାତ୍ ଗାଁ ଭିତରକୁ ପ୍ରବେଶ କରି କିଛି ଘରକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଚିତ୍କାର କରି ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ । ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି ଏବଂ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

