ଘଟଣାଟି ପଞ୍ଜାବର ସୁଧାର ପଟ୍ଟି ଢାଲିୱାଲ ଗାଁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିଲଜିତ୍ଙ୍କ ମୃତଦେହ ଘର ଭିତରେ ଏକ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ ଏହା ସଢ଼ିବା ଆରମ୍ଭ କରିଥିଲା। ମୃତଦେହ ଠାବ କରାଯିବାର ଚାରିରୁ ପାଞ୍ଚ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପଡ଼ୋଶୀମାନେ ବହୁ ଦିନ ଧରି ଗାୟକଙ୍କ ଘରୁ ଦୁର୍ଗନ୍ଧ ଆସୁଥିବାର ଜାଣୁଥିଲେ। ଦୁର୍ଗନ୍ଧ ଅଧିକ ବଢ଼ିବାପରେ ସେମାନେ ପୁଲିସକୁ ଖବର ଦେଲେ।
ପଞ୍ଜାବୀ ଗାୟକ ତଥା ଗୀତିକାର ବଲଜିତ ସିଂହ ( ୩୫)ଙ୍କୁ ଗୁରୁବାର (ସେପ୍ଟେମ୍ବର ୩ ତାରିଖ) ପଞ୍ଜାବର ଲୁଧିଆନାସ୍ଥିତ ତାଙ୍କ ଘରେ ରହସ୍ୟମୟ ପରିସ୍ଥିତିରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବଲଜିତ୍ଙ୍କ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ପୁଲିସକୁ ଖବର ଦେବା ପରେ ତାଙ୍କ ମୃତଦେହ ଠାବ କରାଯାଇଥିଲା।
ଘଟଣାଟି ପଞ୍ଜାବର ସୁଧାର ପଟ୍ଟି ଢାଲିୱାଲ ଗାଁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିଲଜିତ୍ଙ୍କ ମୃତଦେହ ଘର ଭିତରେ ଏକ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ ଏହା ସଢ଼ିବା ଆରମ୍ଭ କରିଥିଲା। ମୃତଦେହ ଠାବ କରାଯିବାର ଚାରିରୁ ପାଞ୍ଚ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପଡ଼ୋଶୀମାନେ ବହୁ ଦିନ ଧରି ଗାୟକଙ୍କ ଘରୁ ଦୁର୍ଗନ୍ଧ ଆସୁଥିବାର ଜାଣୁଥିଲେ। ଦୁର୍ଗନ୍ଧ ଅଧିକ ବଢ଼ିବାପରେ ସେମାନେ ପୁଲିସକୁ ଖବର ଦେଲେ।
ସୁଧାର ପଟ୍ଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଘରର କବାଟ ଖୋଲିଥିଲେ ଓ ବଲଜିତ୍ ସିଂହଙ୍କ ମୃତଦେହ ଘର ଭିତରେ ଏକ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତଦେହ ନିକଟରୁ ରକ୍ତର ଶୁଖିଲା ଦାଗ ପୁଲିସ ପାଇଛି, ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଗାୟକଙ୍କ ମୃତ୍ୟୁର ପରିସ୍ଥିତି ତଦନ୍ତ କରୁଛି ଓ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ମୃତ୍ୟୁ ପୂର୍ବରୁ ଯେଉଁମାନେ ତାଙ୍କ ଘରକୁ ଆସିଥିଲେ କିମ୍ବା ତାଙ୍କ ଘର ପାଖ ଦେଇ ଯାଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ବଲଜିତ୍ ପୂର୍ବରୁ ହୃଦ୍ଘାତର ଶିକାର ହୋଇଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଭାଇଙ୍କୁ ଆଉଥରେ ହୃଦଘାତ୍ ହୋଇଥାଇପାରେ। ସେ ପଡ଼ିଯାଇ ଆହତ ହେବା ଯୋଗୁ ଅତ୍ୟଧିକ ରକ୍ତସ୍ରାବ ପରେ ମୃତ୍ୟୁ ହୋଇଥାଇପାରେ। ତେବେ ପୁଲିସ ମାମଲାର ତଦନ୍ତ କରୁଛି। ଗାୟକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।