ରୋଷେୟା ତଥା ଘରୋଇ ସହାୟକ ଭାବେ କାମ କରୁଥିଲା ଉତ୍ତରାଖଣ୍ଡ ଆଲମୋଡ଼ାର ଯୁବକ ସୁରେନ୍ଦ୍ର କୋଲି । ପୋଲିସ ସାମ୍ନାରେ କୋଲି ସ୍ୱୀକାର କରିଥିଲେ ଯେ, ସେ ପିଲାମାନଙ୍କୁ ଅପହରଣ କରୁଥିଲେ, ଯୌନ ନିର୍ୟାତନା ଦେଉଥିଲେ ଏବଂ ହତ୍ୟା କରି ଡ୍ରେନରେ ଫିଙ୍ଗୁଥିଲେ । ଏପରିକି ମାଂସ ଖାଇବା ଏବଂ ଶରୀରର ଅଙ୍ଗ ଚୋରା ଚାଲାଣ ଭଳି ଭୟାନକ ଚର୍ଚ୍ଚା ତାକୁ ରାତାରାତି ‘ବୁଚର୍ ଅଫ୍ ନିଠାରୀ’ ଆଖ୍ୟା ଦେଇଥିଲା।
୨୦୦୬ ମସିହାରେ ସାରା ଦେଶକୁ ଥରାଇ ଦେଇଥିବା ନୋଏଡାର ବହୁଚର୍ଚ୍ଚିତ ‘ନିଠାରୀ କାଣ୍ଡ’। ଯେଉଁ ଘଟଣା ଜଣେ ସାଧାରଣ ରୋଷେୟା ତଥା ଘରୋଇ ସହାୟକକୁ ରାତାରାତି ବନାଇ ଦେଇଥିଲା ନିଠାରୀର ନରରାକ୍ଷସ। ବର୍ଷ ବର୍ଷ ଧରି ଫାଶୀ ଦଉଡ଼ି ଆଗରେ ଛିଡ଼ା ହୋଇଥିବା ସେହି ସୁରେନ୍ଦ୍ର କୋଲି ଶେଷରେ ପ୍ରମାଣ ଅଭାବରୁ ଜେଲ୍ରୁ ଖଲାସ ହୋଇଥିଲା । କିନ୍ତୁ ଆଜି, ୨୦ ବର୍ଷ ପରେ, ସେହି ଅଭିଶପ୍ତ ଅତୀତ ତାଙ୍କୁ ପୁଣି ଟାଣି ନେଇଛି ଏକ ରହସ୍ୟଜନକ ମୃତ୍ୟୁ ଆଡ଼କୁ। ହରିଦ୍ୱାରର ଏକ ଚା’ ଦୋକାନରୁ ମିଳିଛି କୋଲିଙ୍କ ଝୁଲନ୍ତା ମୃତଦେହ। କିଭଳି ଜଣେ ଗରିବ ଯୁବକ ପାଲଟିଥିଲା ‘ବୁଚର୍ ଅଫ୍ ନିଠାରୀ’ ଏବଂ କେମିତି ଆସିଲା ତାର କରୁଣ ଅନ୍ତ,
ହରିଦ୍ୱାରର ଏକ ସାଧାରଣ ଚା’ ଦୋକାନ । ଗତକାଲି ଯାଏଁ ଏଠାରେ ଚା’ ବିକି ଅତୀତର କଳଙ୍କ ଲିଭାଇବାକୁ ଚେଷ୍ଟା କରୁଥିବା ମଣିଷଟି ଆଜି ନିସ୍ତବ୍ଧ । ସେ ଆଉ କେହି ନୁହେଁ, ଗୋଟିଏ ସମୟରେ ‘ନିଠାରୀର ନରରାକ୍ଷସ’ ନାମରେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ସୁରେନ୍ଦ୍ର କୋଲି । ଦୋକାନ ଛାତରୁ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ । ନା କୌଣସି ସୁଇସାଇଡ୍ ନୋଟ୍ ଅଛି, ନା କୌଣସି ପ୍ରମାଣ । ଏବେ ଫେରିଯିବା ୨୦୦୬ ମସିହାକୁ । ନୋଏଡାର ନିଠାରୀ ଗାଁରୁ ଗୋଟିଏ ପରେ ଗୋଟିଏ ଗରିବ ଶ୍ରମିକଙ୍କ ପିଲା ନିଖୋଜ ହେଉଥିଲେ । ଜ୍ୟୋତି, ରଚନା ଭଳି ଶିଶୁ କନ୍ୟାଙ୍କ ପରିବାର ପୋଲିସ ଦ୍ୱାରସ୍ଥ ହେଲେ ମଧ୍ୟ କିଛି ପତ୍ତା ମିଳୁନଥିଲା । କିନ୍ତୁ ପାୟଲ ନାମକ ଜଣେ ଯୁବତୀଙ୍କ ନିଖୋଜ ତଦନ୍ତ ବେଳେ ମୋବାଇଲ୍ ଲୋକେସନ ଧରି ପୋଲିସ ପହଞ୍ଚିଲା ନୋଏଡା ସେକ୍ଟର-୩୧ର ଏହି ରହସ୍ୟମୟୀ ଘରେ । ଏହି ଘର ଥିଲା ଧନୀ ବ୍ୟବସାୟୀ ମୋନିନ୍ଦର ସିଂ ପନ୍ଧେରଙ୍କର । ଆଉ ଏହାପରେ ଘର ପଛପଟ ଡ୍ରେନରୁ ଯାହା ବାହାରିଲା, ତାହା ଦେଶର ଲୋମ ଟାଙ୍କୁରି ଦେଇଥିଲା। ୧୬ଟି ମଣିଷ ଖପୁରୀ, ଶତାଧିକ ହାଡ଼ ଏବଂ ପିଲାଙ୍କ ପୋଷାକ ଭର୍ତ୍ତି ପ୍ଲାଷ୍ଟିକ୍ ବସ୍ତା ।
ରୋଷେୟା ତଥା ଘରୋଇ ସହାୟକ ଭାବେ କାମ କରୁଥିଲା ଉତ୍ତରାଖଣ୍ଡ ଆଲମୋଡ଼ାର ଯୁବକ ସୁରେନ୍ଦ୍ର କୋଲି । ପୋଲିସ ସାମ୍ନାରେ କୋଲି ସ୍ୱୀକାର କରିଥିଲେ ଯେ, ସେ ପିଲାମାନଙ୍କୁ ଅପହରଣ କରୁଥିଲେ, ଯୌନ ନିର୍ୟାତନା ଦେଉଥିଲେ ଏବଂ ହତ୍ୟା କରି ଡ୍ରେନରେ ଫିଙ୍ଗୁଥିଲେ । ଏପରିକି ମାଂସ ଖାଇବା ଏବଂ ଶରୀରର ଅଙ୍ଗ ଚୋରା ଚାଲାଣ ଭଳି ଭୟାନକ ଚର୍ଚ୍ଚା ତାକୁ ରାତାରାତି ‘ବୁଚର୍ ଅଫ୍ ନିଠାରୀ’ ଆଖ୍ୟା ଦେଇଥିଲା।
ମାମଲାକୁ ନେଇ ଦୀର୍ଘ ବର୍ଷ ଧରି ଚାଲିଲା ଆଇନଗତ ଲଢ଼େଇ । ୧୩ଟି ମାମଲାରେ କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏକାଧିକ ଫାଶୀ ଦଣ୍ଡ ଶୁଣାଗଲା । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କ୍ଷମା ଆବେଦନ ଖାରଜ କଲେ । ୧୨ ସେପ୍ଟେମ୍ବର ୨୦୧୪ରେ ତାଙ୍କୁ ଫାଶୀ ହେବାର ଥିଲା, କିନ୍ତୁ ୮ ସେପ୍ଟେମ୍ବର ରାତିରେ ସୁପ୍ରିମକୋର୍ଟ ଫାଶୀ ଉପରେ ସ୍ଥଗିତାଦେଶ ଦେଲେ । ୨୦୧୫ରେ ଆହ୍ଲାବାଦ ହାଇକୋର୍ଟ ଫାଶୀକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦେଲେ । କିନ୍ତୁ ତଦନ୍ତର ତ୍ରୁଟି ହିଁ ଏହି ମାମଲାକୁ ଏକ ନୂଆ ମୋଡ଼ ଦେଲା। ଶେଷରେ ଜେଲ୍ରୁ ମୁକୁଳିବା ପରେ ହରିଦ୍ୱାରରେ ଚା’ ଦୋକାନ ଖୋଲିଥିଲେ କୋଲି । କୋର୍ଟ ତ ତାଙ୍କୁ ଆଇନର ପରିଭାଷାରେ ନିର୍ଦ୍ଦୋଷ ଘୋଷଣା କଲେ, କିନ୍ତୁ ସମାଜ ମଥାରୁ ‘ନରରାକ୍ଷସ’ର ଦାଗ ଲିଭିଲା ନାହିଁ । ଏଠି ପ୍ରଶ୍ନ ନିଠାରୀର ସେହି କୁନି କୁନି ଶିଶୁମାନଙ୍କୁ କିଏ ହତ୍ୟା କରିଥିଲା? ସେହି ୧୬ଟି କଙ୍କାଳ କାହାର ଥିଲା?

