ନେପାଳ ପାଇଁ ପୁରୀ ବେଳାଭୂମିରେ ପ୍ରାର୍ଥନା! ବାଲୁକା କଳାରେ ସୁଦର୍ଶନଙ୍କ ମାନବିକତାର ବାର୍ତ୍ତା

ନେପାଳରେ ବନ୍ୟା ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ ବ୍ୟଥିତ କରିଥିବାବେଳେ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି ।

ନେପାଳରେ ବନ୍ୟା ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ ବ୍ୟଥିତ କରିଥିବାବେଳେ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି । ନେପାଳର ବନ୍ୟା ବିପନ୍ନଙ୍କ ପ୍ରତି ସମବେଦନା ଜଣାଇ ସେ ଏହି କଳାକୃତିରେ ‘ପ୍ରେୟର୍ସ ଫର୍ ନେପାଳ’ ବାର୍ତ୍ତା ପ୍ରଦାନ କରିଛନ୍ତି । ପାଖାପାଖି ୨୦ ଫୁଟ୍ ଚଉଡ଼ା ଏବଂ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଦୟାର ଭାବ, ଆଶା ଏବଂ ମାନବିକତାର ବାର୍ତ୍ତା ଦେଇଛନ୍ତି । 

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକାଠି ହୋଇ ପ୍ରଭାବିତଙ୍କୁ ସମର୍ଥନ ଯୋଗାଇବାକୁ ବାର୍ତ୍ତା ଦେଇଛନ୍ତି । ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣରେ ସହଯୋଗ କରିଥିଲେ । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ବାଲୁକା କଳା ମାଧ୍ୟମରେ ମୁଁ ଏକାଠି ହେବାର ବାର୍ତ୍ତା ଦେବାକୁ ଚାହେଁ ଯେ କଷ୍ଟକର ସମୟରେ ମାନବିକତା ସବୁବେଳେ ଏକାଠି ଠିଆ ହେବା ଦରକାର ।

Leave a Reply

Your email address will not be published. Required fields are marked *