ଆଫଗାନିସ୍ତାନ ବିପକ୍ଷରେ ପୁଣି ଭାରତର ସହଜ ବିଜୟ । ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ଫର୍ମକୁ ଫେରିଲେ ସଞ୍ଜୁ ସାମସନ । ପ୍ରଥମେ ବ୍ୟାଟିଂ କରି ୧୬୦ରନର ଟାର୍ଗେଟ ଦେଇଥିଲା ଭ୍ରମଣକାରୀ ଦଳ ।
ଆଫଗାନିସ୍ତାନ ବିପକ୍ଷରେ ପୁଣି ଭାରତର ସହଜ ବିଜୟ । ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ଫର୍ମକୁ ଫେରିଲେ ସଞ୍ଜୁ ସାମସନ । ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ର ଟାର୍ଗେଟ ଦେଇଥିଲା ଭ୍ରମଣକାରୀ ଦଳ । ୧୫ ଓଭରରେ ମ୍ୟାଚ ଜିତିଲା ଭାରତ । ବିଜୟ ସହ ସିରିଜ ଜିତିଲା ଟିମ ଇଣ୍ଡିଆ । ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯାଇଥିବା ଆଫ୍ଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟେଣ୍ଟି- ୨୦କୁ ଭାରତ ୭ ୱିକେଟ୍ରେ ଜିତି ନେଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଶ୍ରେୟସ ଆୟରଙ୍କ ଦଳ ୨-୦ରେ ଆଗୁଆ କବ୍ଜା କରି ନେଇଛି ।
ଶେଷ ତଥା ତୃତୀୟ ମ୍ୟାଚ୍ ଗୁରୁବାର ଖେଳାଯିବ। ୧୬୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ଦୁଇ ଓପନର୍ ସଂଜୁ ସାମସନ୍ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ । ଉଭୟ ପାର୍ଶ୍ଵର ପ୍ଲେରେ ୮୨ ରନ୍ ଯୋଡ଼ିଥିଲେ । ଅଭିଷେକ ୩୯ ରନ ଏବଂ ସଂଜୁଙ୍କ ୫୭ କରିଥିଲେ । ୨୪ ରନ୍ରେ ୩ ୱିକେଟ୍ ନେଇଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ମ୍ୟାଟ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

