ତାମିଲନାଡୁର କାନ୍ନିଗାପେର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନେକ ଶ୍ରମିକ ଆହତ ହୋଇଥିବା ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ଓ ବେଦନାଦାୟକ ।
ତାମିଲନାଡୁର କାନ୍ନିଗାପେର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନେକ ଶ୍ରମିକ ଆହତ ହୋଇଥିବା ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ଓ ବେଦନାଦାୟକ । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଆରମ୍ଭରୁ ସଜାଗ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି ।
ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆହତ ଶ୍ରମିକମାନଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ।

