ଝିଅର ସ୍ୱପ୍ନ ପାଇଁ ବାପା ବିକିଦେଲେ ଘର, ମା’ ବନ୍ଧା ପକାଇଲେ ସୁନା;ଏବେ ବିଶ୍ୱ ଦରବାରରେ ଚମକୁଛନ୍ତି ଦୁଇ ଝିଅ

ଗତମାସରେ ସବିତା ସମରକାଣ୍ଡ ଚେସ୍‌ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତି ବିଶ୍ବ ପଦାର୍ପଣ କରିଛନ୍ତି । ସେହିଭଳି ସାହିତି ବର୍ଷିନୀ ଦେଶର ସଦ୍ୟତମ ଡବ୍‌ଲ୍ୟୁଜିଏମ୍‌ ଟାଇଟଲ୍‌ ବିଜେତା ହୋଇଛନ୍ତି । ଉଭୟଙ୍କ ବୟସ ଏବେ ୧୯ ବର୍ଷ ହୋଇଥିବାରୁ ସାଗର ସାହାଙ୍କ ସ୍ବର ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ବଡ଼ ପ୍ରତିଶ୍ରୁତି ରଖିଛି । 

୭ ବର୍ଷ ତଳେ ଦେଶର ଜଣେ ପ୍ରଭାବୀ ପ୍ରଶିକ୍ଷକ ତଥା ଆଇଏମ୍‌ ସାଗର ସାହା ପୂର୍ବାନୁମାନ କରିଥିଲେ ‘କୋନେରୁ ହମ୍ପି ଓ ହାରିକା ଦ୍ରୋଣାବଳିଙ୍କ ଭଳି ଦିନେ ସାହିତି ବର୍ଷିନୀ ଓ ସବିତା ଭାସ୍କର ବିଶ୍ବ ଦରବାରରେ ଭାରତୀୟ ମହିଳା ଚେସ୍‌ର ଗୌରବ ବଢ଼ାଇବେ’ । ଏହି କଥା ଏବେ ସତ ପ୍ରମାଣିତ ହୋଇଛି । ଗତମାସରେ ସବିତା ସମରକାଣ୍ଡ ଚେସ୍‌ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତି ବିଶ୍ବ ପଦାର୍ପଣ କରିଛନ୍ତି । ସେହିଭଳି ସାହିତି ବର୍ଷିନୀ ଦେଶର ସଦ୍ୟତମ ଡବ୍‌ଲ୍ୟୁଜିଏମ୍‌ ଟାଇଟଲ୍‌ ବିଜେତା ହୋଇଛନ୍ତି । ଉଭୟଙ୍କ ବୟସ ଏବେ ୧୯ ବର୍ଷ ହୋଇଥିବାରୁ ସାଗର ସାହାଙ୍କ ସ୍ବର ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ବଡ଼ ପ୍ରତିଶ୍ରୁତି ରଖିଛି । 

ସବିତା ବର୍ଷିନୀଙ୍କ ସଂଘର୍ଷମୟ କାହାଣୀ କିନ୍ତୁ ବେଶ ଲୋମଟାଙ୍କୁରା ଓ ଉତ୍କଣ୍ଠାଭରା । ବିଜୟୱାଡା ଜନ୍ମିତ ସାହିତିଙ୍କ ପାଇଁ ତାଙ୍କ ପିତାମାତାଙ୍କ ତ୍ୟାଗ ମାପିଲେ ମାଇଲଖୁଣ୍ଟ ହୋଇଯିବ । ‘ଏ ପର୍ଯ୍ୟନ୍ତ ସାହିତି ତା ଦକ୍ଷତା ମୁକାବକ ସଫଳତା ଅର୍ଜନ କରିନାହିଁ’ ବୋଲି କହିଛନ୍ତି ତାଙ୍କ ପିତା ତଥା ଏକମାତ୍ର ପ୍ରଶିକ୍ଷକ ଲୋକେଶ୍ବର ମୁଗି ରାଓ । ଗତ ମାସରେ ସାହିତି ସର୍ବିୟାରେ ତାଙ୍କ ତୃତୀୟ ତଥା ଶେଷ ଡବ୍‌ଲ୍ୟୁଜିଏମ୍‌ ନର୍ମ ଅର୍ଜନ କରିବା ସହ ୨୪୦୮ ରେଟିଂ ପରଫର୍ମାନ୍ସ ପାଇଥିଲେ । ୨୦୨୫ ସେପ୍ଟେମ୍ବର ଓ ୨୦୨୬ ଅଗଷ୍ଟ ମାସରେ ସେ ତାଙ୍କ ପ୍ରଥମ ଦୁଇ ନର୍ମ ହଙ୍ଗେରୀରେ ଅର୍ଜନ କରିଥିଲେ। ସମଗ୍ର ପ୍ରଦର୍ଶନ ଦେଖିଲେ ସାହିତିଙ୍କ ପ୍ରଦର୍ଶନରେ ତାଙ୍କ ପିତା ଖୁସି ‌ହୋଇନପାରନ୍ତି । କିନ୍ତୁ ଏହି ସଫଳତା କିଛି କମ୍‌ ଉପଲବ୍‌ଧି ନୁହେଁ, ଏଥି ପାଇଁ ବି ସେ ଅନେକ ସଂଘର୍ଷ କରିଛନ୍ତି ।

ସାହିତିଙ୍କୁ ମାତ୍ର ୬ ବର୍ଷ ହୋଇଥିବାବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ସପ୍ତାହକ ପାଇଁ ଭେଣ୍ଟିଲେଟରରେ ଥିଲେ , ସେ ବଞ୍ଚିଯାଇଥିଲେ । ସେଥି ପାଇଁ ସାହିତିଙ୍କୁ ସେ ସବୁବେଳେ ଦ୍ବିତୀୟ ଜୀବନରେ ଦେଖିଥାନ୍ତି। ଲୋକେଶ୍ବରଙ୍କ ସାହିତ୍ୟ ପ୍ରୀତି ଓ ଲେଖାଲେଖି କାରଣରୁ ସେ ଝିଅର ନାମ ସାହିତି ରଖିଥିଲେ । ସେହିଭଳି କଳାକାର ପୃଷ୍ଠଭୂମି ପରିବାରରୁ ଆସିଥିବାରୁ ‌ସେ ବଡ଼ଝିଅର ନାମ ଫାଲଗୁନି ରଖିଛନ୍ତି। ଉଭୟଙ୍କ ନାମରେ ସାହିତ୍ୟ, କଳା, ସଂଗୀତ ଆଦିର ଅର୍ଥ ରହିଛି । ଉଭୟ ଚଉଷଠି ବର୍ଗ ଖେଳର ଖେଳ ଚେସ୍‌ ସହ ସମ୍ପୃକ୍ତ ନଥିଲେ ବି ଏବେ ସାହିତିଙ୍କୁ ଚେସ ଅନେକ ପରିଚୟ ଦେଇସାରିଛି ।

ୟାରାଦା ହିଲ୍ସ ନିକଟରେ ବିଦ୍ୟୁତ ସଂଯୋଗ ନଥିବା ଏକ ନିପଟ ଗାଁରେ ଏମାନଙ୍କ ପରିବାର। ମତ୍ସ୍ୟଜୀବି ପରିବାରରୁ ଆସିଥିବା ଲୋକେଶ୍ବର କିନ୍ତୁ କ୍ରମେ ସ୍କୁଲ ଟପ୍ପର ଓ ରାଜ୍ୟର ଅଗ୍ରଣୀ ଇଂଜିନିୟରିଂ ଛାତ୍ର ହୋଇପାରିଥିଲେ। ଆର୍ଥିକ ସଂକଟ କାରଣରୁ ସେ ପାଠ ସମ୍ପୂର୍ଣ୍ଣ କରିନପାରି ଏକ ଛୋଟ ଚାକିରି କରି ଡିପ୍ଲୋମା କରିଥିଲେ । ଶେଷରେ ପତ୍ରବିନିମୟ ଜରିଆରେ ଇଂଜିନିୟରିଂ ଡିଗ୍ରୀ ଅର୍ଜନ କରିଥିଲେ। ବର୍ଷକ ପରେ ଏଚ୍‌ପିସିଏଲ୍‌ରେ ଜଣେ ଅଫିସର ଭାବେ ଯୋଗ ଦେଇଥିଲେ । ଲୋକେଶ ଚଳାଉଥିବା ଏକ ସାହିତ୍ୟ କ୍ଲବ୍‌ର ଜଣେ ସଦସ୍ୟ ଦିନେଶ ଥରେ ଆନ୍ଧ୍ରପ୍ରଦେଶ ବିଶ୍ବବିଦ୍ୟାଳୟ ଚେସ୍‌ ଚାମ୍ପିଅନ୍‌ ହୋଇ ଚେସ୍‌ ଟ୍ରଫି ଆଣି ଫେରିଥିଲେ । ଏହାକୁ ଦେଖି ଲୋକେଶ୍ବର ତାଙ୍କ ପିଲାଦିନର ଚେସ ଖେଳକୁ ମନେ ପକାଇଥିଲେ। ତାଙ୍କ ସହ ଖେଳିଥିବା ୩ଟି ମ୍ୟାଚ୍‌ ହାରିଯିବା ପରେ ଥରୁଟିଏ ହରାଇବାକୁ ମନେ ମନେ ଜିଦ୍‌ କରିଥିଲେ । ଏହିଠାରୁ ତାଙ୍କ ନିଶା ଆରମ୍ଭ ହୋଇଥିଲା । ଏକ ଚେସ୍‌ ବହି ପଢ଼ିବା ପରେ ଦିନେଶଙ୍କୁ ବାରମ୍ବାର ହରାଇବା ତାଙ୍କ ପାଇଁ ମାମୁଲି କଥା ‌ହୋଇଥିଲା । ମାତ୍ର ୩ ମାସ ଭିତରେ ସେ ଏଚ୍‌ପିସିଏଲ୍‌ ଦଳରେ ସାମିଲ ହୋଇଯାଇଥିଲେ ଏବଂ ଝିଅ ସାହିତିଙ୍କ ଚେସ୍‌ ଗୁରୁ ଭାବେ ପ୍ରତିଜ୍ଞା କରିଛନ୍ତି ତାଙ୍କୁ କାସ୍କାରୋଭ ଓ ଫିଶରଙ୍କ ଭଳି ଗଢ଼ିତୋଳିବାକୁ ।

କ୍ରମେ ଚେସ୍‌ ଖେଳିବା ଲୋକେଶ୍ବର ଓ ତାଙ୍କ କନ୍ୟା ସାହିତିଙ୍କ ପାଗଳାମିରେ ପରିଣତ ହୋଇଯାଇଥିଲା । ଝିଅର ଆଗ୍ରହ ଦେଖି ସେ ବିପିସିଏଲ୍‌ ଚାକିରି ଛାଡ଼ି ତାଙ୍କ ପଛରେ ଲାଗିପଡ଼ିଥିଲେ । ସଫଳତାର ଶୀର୍ଷରେ ଥିବାବେଳେ କୋଭିଡ୍‌ ତାଙ୍କ ଗତିରୋଧ କରିଥିଲା । ତଥାପି ଅନ୍‌ଲାଇନ୍‌ ମାଧ୍ୟମରେ ସେ ଚେସ୍‌କୁ ଛାଡ଼ିପାରିନଥିଲେ । କୋଭିଡ୍‌ ପରେ ବିଦେଶ ଗସ୍ତ ପାଇଁ ଏଚ୍‌ପିସିଏଲ୍‌ ୧୦ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶ ସରକାର ୧୦ ଲକ୍ଷ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା । ଫଳରେ ବିକଳ୍ପ ନପାଇ ନିଜ ଆପାର୍ଟମେଣ୍ଟ୍‌ ବିକ୍ରୀ କରି ଦେଇଥିଲେ ଏବଂ ପତ୍ନୀଙ୍କ ସୁନା ବନ୍ଧକ ରଖି ଆଗକୁ ବଢ଼ିଥିଲେ। ଚାକିରି ଛାଡ଼ିବା ପରେ ସେ ଏକ ଚେସ୍‌ ଏକାଡେମୀ ଗଢ଼ିଥିଲେ । କିନ୍ତୁ ନିଜର ବାଇପାସ୍‌ ସର୍ଜରୀ କାରଣରୁ ସେ ପ୍ରାୟ ୧୦ ମାସ ଦୂରେଇ ରହିବା ସ‌ତ୍ତ୍ବେ ଝିଅର ଖେଳ ଜୀବନକୁ ପ୍ରଭାବିତ ହେବାକୁ ଦେଇନଥିଲେ ।

Leave a Reply

Your email address will not be published. Required fields are marked *