ଜିଲ୍ଲାକୁ ଯାଉନାହାନ୍ତି ନବୀନ, ବିଜେଡିରେ ବଢ଼ୁଛି ଅସନ୍ତୋଷ

ବିଭିନ୍ନ ଜିଲ୍ଲାର ନେତା ଓ କର୍ମୀମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଜିଲ୍ଲାକୁ ଆସି କର୍ମୀଙ୍କ ସହ ଆଲୋଚନା କରିବା ଓ ସଂଗଠନକୁ ନୂଆ ଉତ୍ସାହ ଦେବାକୁ ଅନୁରୋଧ କରୁଛନ୍ତି କିନ୍ତୁ ନିର୍ବାଚନ ପରାଜୟ ପରେ ପ୍ରାୟ ଦୁଇ ବର୍ଷ ବିତିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ଆରମ୍ଭ ହୋଇନାହିଁ ।

 ରାଜ୍ୟରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡି ସଂଗଠନକୁ ମଜବୁତ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଜିଲ୍ଲାର ନେତା ଓ କର୍ମୀମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଜିଲ୍ଲାକୁ ଆସି କର୍ମୀଙ୍କ ସହ ଆଲୋଚନା କରିବା ଓ ସଂଗଠନକୁ ନୂଆ ଉତ୍ସାହ ଦେବାକୁ ଅନୁରୋଧ କରୁଛନ୍ତି କିନ୍ତୁ ନିର୍ବାଚନ ପରାଜୟ ପରେ ପ୍ରାୟ ଦୁଇ ବର୍ଷ ବିତିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ଆରମ୍ଭ ହୋଇନାହିଁ । ଦଳୀୟ ବୈଠକ ଓ ଆଲୋଚନା ମୁଖ୍ୟତଃ ନବୀନ ନିବାସରେ ସୀମିତ ରହୁଥିବାରୁ ତୃଣମୂଳ ସ୍ତରର କର୍ମୀଙ୍କ ସହ ସିଧାସଳଖ ସମ୍ପର୍କ କମିଯାଉଥିବା ନେଇ ଦଳ ଭିତରେ ମଧ୍ୟ ଚର୍ଚ୍ଚା ହେଉଛି ।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିରୋଧୀ ଦଳ ଭାବେ ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ କେବଳ ରାଜଧାନୀରେ ବୈଠକ କଲେ ହେବ ନାହିଁ । ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ସଂଗଠନକୁ ସକ୍ରିୟ କରିବା ସହ କର୍ମୀଙ୍କ ମନୋବଳ ବଢ଼ାଇବା ମଧ୍ୟ ଜରୁରୀ । ତେବେ ନବୀନ ପଟ୍ଟନାୟକ କେବେ ଜିଲ୍ଲା ଗସ୍ତ ଆରମ୍ଭ କରିବେ, କେବେ ତୃଣମୂଳ ସ୍ତରର କର୍ମୀଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରିବେ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି କଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *