ସେ କହିଛନ୍ତି ଯେ ଗାଜା ଉପରେ ଭାରତର ବର୍ତ୍ତମାନ ନୀତି ଏହାର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛି । ସୋନିଆ ଗାନ୍ଧୀ ଏହି ଲେଖାରେ ଲେଖିଛନ୍ତି ଯେ ଗାଜାରେ ଚାଲିଥିବା ସଂଘର୍ଷ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଜାତିସଂଘର ଏକ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଗାଜାର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକ ଏହାର ମୂଲ୍ୟ ଦେଉଛନ୍ତି ।
ସୋନିଆ ଗାନ୍ଧୀ ଗାଜା ଉପରେ ମୋଦି ସରକାରଙ୍କ ନୀରବତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଏକ ଲେଖାରେ ସେ ଅଭିଯୋଗ କରିଛନ୍ତି ଯେ ଭାରତ ଏବେ ପାଲେଷ୍ଟାଇନୀ ଅଧିକାର ଉପରେ ପୂର୍ବ ନୀତିରୁ ଦୂରେଇ ଯାଉଛି ଏବଂ ଇସ୍ରାଏଲ ସହିତ ଘନିଷ୍ଠ ସମ୍ପର୍କକୁ ପ୍ରାଥମିକତା ଦେଉଛି । ସେ କହିଛନ୍ତି ଯେ ଗାଜା ଉପରେ ଭାରତର ବର୍ତ୍ତମାନ ନୀତି ଏହାର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛି । ସୋନିଆ ଗାନ୍ଧୀ ଏହି ଲେଖାରେ ଲେଖିଛନ୍ତି ଯେ ଗାଜାରେ ଚାଲିଥିବା ସଂଘର୍ଷ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଜାତିସଂଘର ଏକ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଗାଜାର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକ ଏହାର ମୂଲ୍ୟ ଦେଉଛନ୍ତି ।
ସୋନିଆଙ୍କ ଅନୁସାରେ ୨୦ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ୪୪ ହଜାରରରୁ ଅଧିକ ଆହତ ହୋଇଛନ୍ତି । କଂଗ୍ରେସ ନେତା ଅନ୍ତର୍ଜାତୀୟ ସମୁଦାୟକୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ ବଢ଼ୁଥିବା ପ୍ରମାଣ ଏବଂ ଆଇନଗତ କାର୍ୟ୍ୟାନୁଷ୍ଠାନ ସତ୍ତ୍ୱେ ବିଶ୍ୱ ସଂଘର୍ଷକୁ ବନ୍ଦ କରିବାରେ ବିଫଳ ହୋଇଛି । ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାରତ ସରକାର ଏହି ପ୍ରସଙ୍ଗରେ ପ୍ରାୟତଃ ନୀରବ ରହିଛନ୍ତି ଏବଂ ଗାଜାର ସାଧାରଣ ଲୋକଙ୍କ ଦୁଃଖକୁ ଦୃଢ଼ ଭାବରେ ସମାଧାନ କରିନାହାଁନ୍ତି। ସେ କହିଛନ୍ତି ଯେ ଭାରତ ଐତିହାସିକ ଭାବରେ ପାଲେଷ୍ଟାଇନର ସମର୍ଥକ ରହିଆସିଛି। ତେଣୁ, ଏହି ନୀତିରୁ ଓହରିଯିବା ଦ୍ୱାରା ଭାରତର ବିଶ୍ୱ ପ୍ରତିଛବି କ୍ଷତିଗ୍ରସ୍ତ ହୋଇପାରେ । ସେ ପାଲେଷ୍ଟାଇନୀ ଅଧିକାରର ସମର୍ଥନରେ ଖୋଲାଖୋଲି ଭାବରେ କହିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

