ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ! ଜଣେ ମୃତ, ୭ ଆକ୍ରାନ୍ତ

ଗଞ୍ଜାମର ଆସିକା-ଧରାକୋଟ ବ୍ଲକର ପାଟଶାଳା ଗାଁରେ ଝାଡ଼ାବାନ୍ତି ଆତଙ୍କ । ଜଣେ ମୃତ ଓ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଭୋଜିରୁ ଫେରିବା ପରେ ଅସୁସ୍ଥ ହୋଇଥିବା ସୂଚନା ମିଳିଥିବାବେଳେ, ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା କରିଛି । ପାଣି ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଆସିକା-ଧରାକୋଟ ବ୍ଲକର ଉପାନ୍ତ ଗ୍ରାମ ପଟାଶାଳରେ ବ୍ୟାପିଛି ଝାଡ଼ାବାନ୍ତି ଜଣେ ମୃତ ୭ ଆକ୍ରାନ୍ତ । ମୃତକ ଜଣକ ହେଲେ ଗ୍ରାମର 36 ବର୍ଷୀୟ ସୁଶାନ୍ତ ମାଲିକ। ଘଟଣାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ପଟେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଧରାକୋଟ ଡାକ୍ତରୀ ଦଳ ଏବଂ ମାଣିକ୍ୟପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି ।

ସୂଚନା ଅନୁସାରେ, ଆକ୍ରାନ୍ତ ବ୍ୟକ୍ତିମାନେ ଏକ ଭୋଜିରେ ଯୋଗଦେବା ପାଇଁ ପୋଡ଼ାମାରି ଯାଇଥିଲେ । ସେଠାରୁ ଫେରିବା ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଡାକ୍ତରୀ ଦଳ ପ୍ରାଥମିକ ଭାବେ ଏହା ଖାଦ୍ୟ ବିଷକ୍ରିୟାଜନିତ ଘଟଣା ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରୁଥିଲେ ବି ଗ୍ରାମର ପାଣି ଓ ଅନ୍ୟାନ୍ୟ ନମୁନାର ପରୀକ୍ଷା ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *