ପ୍ରେମ ବିବାହକୁ ନେଇ ଗାଁରେ ବସିଥିବା ବୈଠକ ପରେ ଜଣେ ୨୨ ବର୍ଷୀୟ ଯୁବକ ଜୀବନ ହାରିଥିବା ଅଭିଯୋଗ । ମୃତ ଯୁବକ ହେଲେ ଏମଭି-୯୨ ଗାଁର ସାଗର ସରକାର । ସୂଚନା ଅନୁସାରେ, ସାଗର ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ପ୍ରେମ ବିବାହ କରି ଗାଁକୁ ଆଣିଥିଲେ ।
ପ୍ରେମ ବିବାହକୁ ନେଇ ଗାଁରେ ବସିଥିବା ବୈଠକ ପରେ ଜଣେ ୨୨ ବର୍ଷୀୟ ଯୁବକ ଜୀବନ ହାରିଥିବା ଅଭିଯୋଗ । ମୃତ ଯୁବକ ହେଲେ ଏମଭି-୯୨ ଗାଁର ସାଗର ସରକାର । ସୂଚନା ଅନୁସାରେ, ସାଗର ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ପ୍ରେମ ବିବାହ କରି ଗାଁକୁ ଆଣିଥିଲେ । ଏହାକୁ ନେଇ ଗାଁରେ ଏକ କମିଟି ବୈଠକ ବସିଥିଲା । ବୈଠକରେ ଯୁବକଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଦାବି କରାଯାଇଥିବା ଅଭିଯୋଗ ହୋଇଛି ।
ଏହି ବୈଠକ ସମୟରେ ସାଗରଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ପରେ ଯୁବତୀଙ୍କୁ ତାଙ୍କ ବାପଘର ଲୋକେ ସାଙ୍ଗରେ ନେଇ ଚାଲିଯାଇଥିବା ଜଣାପଡ଼ିଛି । ଘଟଣା ପରେ ସାଗର ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

