କୋହଲି-ଗମ୍ଭୀରଙ୍କ ମଧ୍ୟରେ ସବୁ ଠିକ୍ ନଥିଲା ? ମତଭେଦ ଦୂର କରିବାକୁ ପ୍ରଜ୍ଞାନ ଓଝାଙ୍କୁ ଦାୟିତ୍ୱ ଦେଇଥିଲା BCCI

ଉଭୟଙ୍କ ମଧ୍ୟରେ ଯୋଗାଯୋଗରେ ଦୂରତା ରହିଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି । ଏହି ଦୂରତା ଦୂର କରିବା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ସହାୟତା ନେଇଥିବା କୁହାଯାଉଛି ।

ଭାରତୀୟ କ୍ରିକେଟ୍‌ରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ ଯୋଗାଯୋଗରେ ଦୂରତା ରହିଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି । ଏହି ଦୂରତା ଦୂର କରିବା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ସହାୟତା ନେଇଥିବା କୁହାଯାଉଛି ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, BCCI ଅଧିକାରୀମାନେ ପ୍ରଜ୍ଞାନ ଓଝାଙ୍କୁ ସମସ୍ୟାର ସମାଧାନକାରୀ ଭାବେ ବ୍ୟବହାର କରିଥିଲେ । ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ମଧ୍ୟରେ ଥିବା କଥାବାର୍ତ୍ତାର ଦୂରତାକୁ ଦୂର କରିବା ପାଇଁ ଓଝାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଓଝା ଏହି ପ୍ରସଙ୍ଗରେ କୋହଲିଙ୍କ ସହ କଥା ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ପ୍ରକୃତରେ କେତେ ମତଭେଦ ରହିଛି, ସେନେଇ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ ହୋଇନାହିଁ ।

ପ୍ରଜ୍ଞାନ ଓଝା ଓ ବିରାଟ କୋହଲି ଭାରତ ପାଇଁ ଏକାଠି ୨୨ଟି ମ୍ୟାଚ୍ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ଓଝାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟ୍‌ର ଏକ ବଡ଼ ନିଷ୍ପତ୍ତିରେ ଓଝାଙ୍କ ଭୂମିକା ରହିଥିବା ଚର୍ଚ୍ଚା ହୋଇଥିଲା। ଇଂଲଣ୍ଡ ଗସ୍ତ ପରେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳରୁ ବାଦ୍ ଦେବା ନିଷ୍ପତ୍ତି ବିଷୟରେ ତାଙ୍କୁ ଜଣାଇବା ପାଇଁ ତତ୍କାଳୀନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓଝାଙ୍କୁ କହିଥିବା ରିପୋର୍ଟରେ ଦାବି କରାଯାଇଛି ।

ଅନ୍ୟପଟେ, ପ୍ରଜ୍ଞାନ ଓଝାଙ୍କୁ ତାଙ୍କ ଅଭିଜ୍ଞତା ଓ ବରିଷ୍ଠତା ଆଧାରରେ ଭାରତୀୟ ଦଳର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଥିବା ଖବର ଆସିଛି। ନୂଆ ଚୟନ କମିଟିରେ ତାଙ୍କ ସହ ରମେଶ ପୱାର, ଶିବ ସୁନ୍ଦର ଦାସ, ଆର୍‌ପି ସିଂହ ଓ ଅଜୟ ରାତ୍ରା ସାମିଲ ଅଛନ୍ତି । ତେବେ କୋହଲି ଓ ଗମ୍ଭୀରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ମଧ୍ୟରେ ପ୍ରଜ୍ଞାନ ଓଝାଙ୍କ ଭୂମିକା ଏବେ କ୍ରିକେଟ୍‌ ମହଲରେ ଆଲୋଚନାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *