କୋଟିଆରେ ଆନ୍ଧ୍ର ଓ ଓଡ଼ିଶା ମୁହାଁମୁହିଁ, ଫଳକ ଲଗାଇବାକୁ ନେଇ ଉତ୍ତେଜନା

କୋଟିଆରେ ନିର୍ବାଚନ କରିବାକୁ ଆନ୍ଧ୍ରର ଷଡ଼୍‌ଯନ୍ତ୍ର ପରେ ମୁହାଁମୁହିଁ ଦୁଇ ରାଜ୍ୟର ପୁଲିସ୍। ରାସ୍ତା ଉପରେ ଯୁକ୍ତିତର୍କ, କଥା କଟାକଟି। ଉତେଜନା ବଢ଼ୁଥିବା ସମୟରେ ପହଁଞ୍ଚିଥିଲେ କୋରାପୁଟ ବିଧାୟକ ଓ ବିଜେପିର ଏକ ପ୍ରତିନିଧି ଦଳ। ଆନ୍ଧ୍ର ପୁଲିସକୁ କଡା ଜବାବ ଦେଇଥିଲେ। ଓଡ଼ିଶା ସୀମା ବାହାରକୁ ଚାଲିଯିବାକୁ କହିଥିଲେ। କୌଣସି ପରିସ୍ଥିତିରେ ବି ନିର୍ବାଚନ କରାଇ ଦେବେନି ବୋଲି କହିଛନ୍ତି। 

କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ବିବାଦ ଶୀର୍ଷରେ। କୋଟିଆରେ ପଂଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଷଡ଼୍‌ଯନ୍ତ୍ର ଚଳାଇଛି। ନିର୍ବାଚନ ରୋକିବାକୁ ସୁପ୍ରିମକୋର୍ଟକୁ ଯିବା ସହ ଗ୍ରାଉଣ୍ଡରେ ଜଗିଛି ଓଡ଼ିଶା । ତଥାପି ଆନ୍ଧ୍ର ମାନୁନଥିବାରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ପୁଲିସ୍। ନେତା ସୀମାନ୍ତ ଗାଁ ମୁହାଁ ହୋଇଛନ୍ତି। ସୃଷ୍ଟି ହୋଇଛି ଉତେଜନା। ଦେଖନ୍ତୁ ରିପୋର୍ଟ 

କୋଟିଆରେ ନିର୍ବାଚନ କରିବାକୁ ଆନ୍ଧ୍ରର ଷଡ଼୍‌ଯନ୍ତ୍ର ପରେ ମୁହାଁମୁହିଁ ଦୁଇ ରାଜ୍ୟର ପୁଲିସ୍। ରାସ୍ତା ଉପରେ ଯୁକ୍ତିତର୍କ, କଥା କଟାକଟି। ଉତେଜନା ବଢ଼ୁଥିବା ସମୟରେ ପହଁଞ୍ଚିଥିଲେ କୋରାପୁଟ ବିଧାୟକ ଓ ବିଜେପିର ଏକ ପ୍ରତିନିଧି ଦଳ। ଆନ୍ଧ୍ର ପୁଲିସକୁ କଡା ଜବାବ ଦେଇଥିଲେ। ଓଡ଼ିଶା ସୀମା ବାହାରକୁ ଚାଲିଯିବାକୁ କହିଥିଲେ। କୌଣସି ପରିସ୍ଥିତିରେ ବି ନିର୍ବାଚନ କରାଇ ଦେବେନି ବୋଲି କହିଛନ୍ତି। 

କୋଟିଆକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ରାଜନୈତିକ ଦଳ ନିଜ ଦଳବଳ ସହ ଏବେ କୋଟିଆ ମୁହାଁ ହେଉଛନ୍ତି। ବିଜେଡି ପରେ କଂଗ୍ରେସ ୨୭ରେ ଯିବାକୁ ଘୋଷଣା କରିଛି। ଏଥିସହ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ଜଣ ସାଂସଦ କାହିଁକି ମୁହଁ ଖୋଲୁନାହାନ୍ତି?  ସେ ନେଇ ପ୍ରଶ୍ନ କରିଛନ୍ତି। ବିଜେଡି ବି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ସେପଟେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି କୋଟିଆ କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ, ବରଂ ଏହା ଓଡ଼ିଶାର ଅସ୍ମିତାର ପ୍ରତୀକ। ସମସ୍ତେ ଏକାଠି ଲଢ଼ିବାକୁ ପଦକ୍ଷେପ ନିଆଯାଇଛି।   ଆଗକୁ କୋଟିଆ ବିବାଦ କେଉଁ ମୋଡ ନେଉଛି ତା ଉପରେ ରହିଛି ସାରାରାଜ୍ୟର ନଜର। 

Leave a Reply

Your email address will not be published. Required fields are marked *