କାର୍ଗିଲ ବିଜୟ ଦିବସ ଏକ ତାରିଖ ନୁହେଁ, ଏହା ଦେଶର ବୀରତ୍ୱ ଏବଂ ବଳିଦାନର ଏକ ଅମର ଗାଥା: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍‌ କି ବାତ୍‌’ର ୧୩୬ତମ ଏପିସୋଡ୍‌ରେ ସମ୍ବୋଧିତ କରି କାର୍ଗିଲ ବିଜୟ ଦିବସ ସମ୍ପର୍କରେ କହି ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍‌ କି ବାତ୍‌’ର ୧୩୬ତମ ଏପିସୋଡ୍‌ରେ ସମ୍ବୋଧିତ କରି କାର୍ଗିଲ ବିଜୟ ଦିବସ ସମ୍ପର୍କରେ କହି ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଏପରି ଏକ ତାରିଖ ଯାହାକୁ ମନେ ରଖିବା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ।ପ୍ରଧାନମନ୍ତ୍ରୀ କହିଛନ୍ତି, କଠିନ ଚ୍ୟାଲେଞ୍ଜ ସତ୍ତ୍ୱେ, ଭାରତୀୟ ସୈନିକମାନେ ହାର ମାନି ନଥିଲେ ଏବଂ ଦେଶକୁ ବିଜୟ ଆଡ଼କୁ ନେଇଯାଇଥିଲେ। ଏଥର, ଏହି ସାହସୀ ସୈନିକମାନଙ୍କ ସ୍ମୃତିରେ ଚଳିତ ବର୍ଷ ଦିଲ୍ଲୀରୁ ଦ୍ରାସ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୌର୍ଯ୍ୟ ଯାତ୍ରା ଆୟୋଜନ କରାଯାଉଛି। ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଚଳିତ ବର୍ଷ ଆଇଏନଏସ ମହେନ୍ଦ୍ରଗିରିକୁ ନୌସେନାରେ ସାମିଲ କରାଯାଇଛି ଏବଂ ପିନାକା କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରାଯାଇଛି। ସେ ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ଜଳ ସଂରକ୍ଷଣ ଏବଂ କ୍ୟାଚ୍ ଦି ରେନ୍ ଅଭିଯାନ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି। ଜଳ ସଂରକ୍ଷଣ ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଚାଲିଛି, ଏବଂ ମଧ୍ୟପ୍ରଦେଶରେ ୪,୦୦୦ ପୋଖରୀ ନିର୍ମାଣ କରାଯାଇଛି।

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଢ଼ୁଥିବା ସଫଳତାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଦେଶୀ ଯୁଦ୍ଧଜାହାଜ ଆଇଏନଏସ୍ ମହେନ୍ଦ୍ରଗିରି, ଡିଆରଡିଓର ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ ଏବଂ କୁଶା ମିସାଇଲର ସଫଳ ପରୀକ୍ଷଣ ଭାରତର ଆତ୍ମନିର୍ଭର ପ୍ରତିରକ୍ଷା କ୍ଷମତାର ପ୍ରମାଣ । ଏହାସହ ଘରୋଇ କ୍ଷେତ୍ର ଦ୍ୱାରା ବିକଶିତ ବିକ୍ରମ-୧ ରକେଟ୍ର ସଫଳ ଉତ୍‌କ୍ଷେପଣକୁ ସେ ଭାରତୀୟ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି ।

କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଦେଶର ସଫଳତାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସାହ ପ୍ରକାଶ କରିଛନ୍ତି । ଲର୍ଡ୍ସରେ ଐତିହାସିକ ଟେଷ୍ଟ ବିଜୟ ହାସଲ କରିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ, ଜାପାନ ଓପନ୍‌ରେ ପି.ଭି. ସିନ୍ଧୁଙ୍କ ବିଜୟ ଏବଂ ଅଲିମ୍ପିଆଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ୱର୍ଣ୍ଣ ପଦକକୁ ସେ ନୂଆ ଭାରତର କ୍ଷମତାର ପ୍ରତୀକ ବୋଲି କହିଛନ୍ତି ।
ପରିବେଶ ସୁରକ୍ଷା ଓ ଜନଭାଗୀଦାରୀକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ‘ଏକ ପେଡ଼ ମା’ଙ୍କ ନାମ’ ଅଭିଯାନର ସଫଳତା, ‘କ୍ୟାଚ୍ ଦ ରେନ୍’ ମାଧ୍ୟମରେ ଜଳ ସଂରକ୍ଷଣ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃବ୍ୟବହାରର ବାର୍ତ୍ତା ଦେଇଛନ୍ତି । ଅହମଦାବାଦରେ ଗୋଟିଏ ଘଣ୍ଟା ମଧ୍ୟରେ ସାଢ଼େ ତିନି ଲକ୍ଷରୁ ଅଧିକ ଚାରା ରୋପଣ ଏବଂ ଗୁଜରାଟର ଗିର୍ ଜଙ୍ଗଲରେ ଦୀର୍ଘ ବର୍ଷ ପରେ ଗ୍ରେ ହର୍ଣ୍ଣବିଲ୍‌ର ପ୍ରତ୍ୟାବର୍ତ୍ତନକୁ ସେ ପରିବେଶ ସଂରକ୍ଷଣର ସଫଳ ଉଦାହରଣ ବୋଲି କହିଛନ୍ତି ।

‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ଆଗକୁ ବଢ଼ାଇବାକୁ ଆହ୍ୱାନ ଜଣାଇ କାଶ୍ମୀରର ପାରମ୍ପରିକ ‘ୱାଗୁ’ ଚଟାଇ ଓ ଉତ୍ତର ପ୍ରଦେଶର ମହିଳାମାନଙ୍କ ପ୍ରସ୍ତୁତ ସ୍ୱଦେଶୀ ହର୍ବାଲ୍ ଚା’ର ଉଦାହରଣ ଦେଇଥିଲେ । ସେ କହିଛନ୍ତି, ସ୍ଥାନୀୟ କଳା, ଜ୍ଞାନ ଓ ମହିଳାଙ୍କ ଆତ୍ମବିଶ୍ୱାସ ମିଶିଲେ ଛୋଟ ପ୍ରୟାସ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି,ଅହମଦାବାଦରେ ଜନଭାଗୀଦାରୀର ଆଶ୍ଚର୍ଯ୍ୟଜନକ ଶକ୍ତି ଦେଖିବାକୁ ମିଳିଛି । ଭଦଜ ଅଞ୍ଚଳରେ ଗୋଟିଏ ଘଣ୍ଟା ମଧ୍ୟରେ ୩.୫ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିଲା, ଯେଉଁଥିରେ ୨୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ସ୍କୁଲ ପିଲା, ଏନସିସି କ୍ୟାଡେଟ୍, ସ୍ୱେଚ୍ଛାସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଆଗାମୀ ବର୍ଷଗୁଡ଼ିକରେ, ଏହି ଚାରାଗୁଡ଼ିକ ଏକ ଘନ ସହରାଞ୍ଚଳ ଜଙ୍ଗଲ ଗଠନ କରିବ। ଏହି ପ୍ରୟାସ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରେକର୍ଡ ହୋଇଛି । ପ୍ରାୟ ୬୦ ବର୍ଷ ପରେ, ଭାରତୀୟ ଗ୍ରେ ହର୍ଣ୍ଣବିଲ୍ ପୁଣି ଥରେ ଗୁଜରାଟର ଗିର୍ ଜଙ୍ଗଲରେ ବସା ବାନ୍ଧିଛି। ଏହା ଗିର୍‌ର ବର୍ଷ ବର୍ଷର ସଂରକ୍ଷଣ ଏବଂ ପୁନରୁଦ୍ଧାର ପ୍ରୟାସର ଫଳାଫଳ। ହର୍ଣ୍ଣବିଲ୍‌କୁ ଜଙ୍ଗଲର ଚାଷୀ କୁହାଯାଏ । ସେମାନେ ଫଳ ଖାଆନ୍ତି ଏବଂ ବିହନକୁ ଦୂର ଦୂରାନ୍ତରକୁ ବିସ୍ତାର କରନ୍ତି, ସେହି ବିହନରୁ ଜଙ୍ଗଲରେ ନୂତନ ଗଛ ଉଠିଥାଏ । ଏହିପରି ଭାବରେ, ଏକ ପକ୍ଷୀ ଜଙ୍ଗଲକୁ ପୁଣି ସବୁଜ କରିବାରେ ସାହାଯ୍ୟ କରେ ।

ଗତ କିଛି ବର୍ଷ ମଧ୍ୟରେ, ହର ଘର ତିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଆତ୍ମା ସହିତ ଯୋଡ଼ିଛି । ଏହି ବର୍ଷ ମଧ୍ୟ, ଆମକୁ ପୂର୍ଣ୍ଣ ଉତ୍ସାହର ସହିତ ହର ଘର ତିରଙ୍ଗା ଅଭିଯାନକୁ ଆଗକୁ ନେବାକୁ ପଡିବ । ଆମକୁ ପୂର୍ଣ୍ଣ ସମ୍ମାନର ସହିତ ଆମ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *