କାମାକ୍ଷାନଗର-ଢେଙ୍କାନାଳ ରାସ୍ତାରେ ଅଘଟଣ; ୧୫ ଗୋରୁଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି

ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ୧୫ ଗୋରୁଙ୍କ ମୃତ୍ୟୁ । କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀରୁ ପଣ୍ଡୁଆ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ କୌଣସି ଅଜଣା ଗାଡ଼ି ଗୋରୁଗୁଡ଼ିକୁ ଧକ୍କା ଦେଇଥିବା ସୂଚନା ରହିଛି ।

 ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ୧୫ ଗୋରୁଙ୍କ ମୃତ୍ୟୁ । କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀରୁ ପଣ୍ଡୁଆ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।

ଗତକାଲି ବିଳମ୍ବିତ ରାତିରେ କୌଣସି ଅଜଣା ଗାଡ଼ି ଗୋରୁଗୁଡ଼ିକୁ ଧକ୍କା ଦେଇଥିବା ସୂଚନା ରହିଛି । ଦୁର୍ଘଟଣା ପରେ ପ୍ରାୟ ୨ କିଲୋମିଟର ରାସ୍ତାରେ ଗୋରୁଙ୍କ ମୃତଦେହ ପଡ଼ିରହିଛି ।ଗୋରୁଗୁଡ଼ିକ ରାସ୍ତାରେ ଶୋଇଥିବା ବେଳେ ଭାରିଯାନ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଏପରିକି ଧକ୍କା ପରେ ଗୋରୁଙ୍କୁ ଗାଡ଼ି ଘୋଷାଡ଼ି ନେଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *