କାମାକ୍ଷାନଗରରେ ଚୋରା କାଠ ଠାବ , ବନବିଭାଗ ଜବତ କଲା ୨୦ ସିଫ୍ଟ କାଠ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗ୍ରାମରେ ଚୋରା କାଠ ଜବତ, ଜଣେ ଅଟକ । ସୂଚନା ଅନୁସାରେ କଇଁବିଲି ଗ୍ରାମର ଅଖିଳ କୁମାର ସାହୁଙ୍କ ଘରେ ପୁଲିସ ସର୍ଚ୍ଚୱାରେଣ୍ଟ ମାଧ୍ୟମରେ ଚଢ଼ାଉ କରିଥିଲେ ।

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗ୍ରାମରେ ଚୋରା କାଠ ଜବତ, ଜଣେ ଅଟକ । ସୂଚନା ଅନୁସାରେ କଇଁବିଲି ଗ୍ରାମର ଅଖିଳ କୁମାର ସାହୁଙ୍କ ଘରେ ପୁଲିସ ସର୍ଚ୍ଚୱାରେଣ୍ଟ ମାଧ୍ୟମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅଖିଳଙ୍କ ଘରେ ଚୋରା ଶାଳ, ଶାଗୁଆନ ଓ ମଇ କାଠ ରହିଥିବା ଦେଖି ପୋଲିସ ତରଫରୁ ବନବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇ ବନବିଭାଗ ପହଞ୍ଚି ଚୋରା କାଠ ଜବତ କରିଥିବାବେଳେ ଜଣଙ୍କୁ ଅଟକ ରଖିଛି ।  କୋଡିଏ ସିଫ୍ଟର କାଠ ଓ ଗଣ୍ଡି ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପଚାଶହଜାର ହୋଇଥିବା ବନବିଭାଗ ତରଫରୁ ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *