ଏସଆଇଆରକୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଂଗ୍ରେସ ମିଥ୍ୟା ପ୍ରଚାର କରି ନିର୍ବାଚନ କମିଶନ ଓ ସରକାରକୁ ବଦନାମ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି ।
ଏସଆଇଆରକୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଂଗ୍ରେସ ମିଥ୍ୟା ପ୍ରଚାର କରି ନିର୍ବାଚନ କମିଶନ ଓ ସରକାରକୁ ବଦନାମ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି । ଏସଆଇଆର ପ୍ରକ୍ରିୟା ସ୍ୱଚ୍ଛ ଓ ଡିଜିଟାଲ ଉପାୟରେ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ନିର୍ବାଚନ କମିଶନ ମଧ୍ୟରେ ଭିନ୍ନ ମତ ରହିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋଟର ତାଲିକା ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ବୁଥ୍ ସ୍ତରରେ ବୁଥ୍ ଏଜେଣ୍ଟମାନଙ୍କ ଉପସ୍ଥିତି ରହିଥାଏ । ଏସଆଇଆର ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏବଂ ପ୍ରକ୍ରିୟାକୁ ଡିଜିଟାଲ କରାଯାଇଥିବା ସେ କହିଛନ୍ତି । ଫର୍ମ-୬କୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନିର୍ବାଚନ କମିଶନଙ୍କ ସ୍ପଷ୍ଟୀକରଣ ଅନୁସାରେ, ମୂଳ ଫର୍ମ-୬ରେ ପରିବର୍ତ୍ତନ କରାଯାଇନାହିଁ; ଏସଆଇଆର ପାଇଁ ଅତିରିକ୍ତ ଘୋଷଣାପତ୍ର ଯୋଡ଼ାଯାଇଛି । ଏହି ବ୍ୟବସ୍ଥାକୁ ନେଇ କମିଶନ କହିଛି ଯେ ଏହାର ନିଷ୍ପତ୍ତି ସମସ୍ତ ତିନି ନିର୍ବାଚନ କମିଶନରଙ୍କ ଅନୁମୋଦନରେ ହୋଇଛି ।
ଏସଆଇଆର ପରେ ବହୁ ସଂଖ୍ୟକ ନାମ ତାଲିକାରୁ ବାଦ ପଡ଼ିବାକୁ ନେଇ ମଧ୍ୟ ରାଜନୈତିକ ତର୍କ ଚାଲିଛି । କଂଗ୍ରେସ ଏହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ନିର୍ବାଚନ କମିଶନ ପକ୍ଷରୁ ଏସଆଇଆରର ଉଦ୍ଦେଶ୍ୟ ଭୋଟର ତାଲିକାକୁ ଅଦ୍ୟତନ ଓ ସଠିକ୍ କରିବା ବୋଲି କୁହାଯାଇଛି । ସେପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଏକତରଫା ନୁହେଁ ବୋଲି ମୋହନ ମାଝୀ କହିଛନ୍ତି । ଏସଆଇଆର ସମ୍ପର୍କିତ ନିଷ୍ପତ୍ତି ସମସ୍ତ ତିନି ନିର୍ବାଚନ କମିଶନରଙ୍କ ଅନୁମୋଦନରେ ହୋଇଥିବା କଥା ନିର୍ବାଚନ କମିଶନ ମଧ୍ୟ ସ୍ପଷ୍ଟ କରିଛନ୍ତି ।

