ଏମିତି ଜଣେ ବ୍ୟକ୍ତିତ୍ବ,ଯାହା କାନ୍ଧରେ ହାତ ପକାଉଥିଲେ;ସେ ସଫଳତାର ସ୍ବାଦ ଚାଖୁଥିଲେ

ଜଣେ ସାଧାରଣ ପରିବାରର ଯୁବକ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ନେଲା ସତ କିନ୍ତୁ ଯେଉଁ ଲୋକଙ୍କ ସାହାଯ୍ୟ ନେଲା ସେମାନେ ପରବର୍ତ୍ତୀ ସମୟରେ ଆଉ ସାଧାରଣ ହୋଇ ରହିଲେ ନାହିଁ ।

ଗୋଟିଏ ସ୍ୱପ୍ନର ଆରମ୍ଭ ଜଣେ ବ୍ୟକ୍ତିଙ୍କଠାରୁ ହୋଇପାରେ ସତ କିନ୍ତୁ ତାହାର ପ୍ରକୃତ ଶକ୍ତି ନିର୍ଭର କରେ ସେହି ସ୍ୱପ୍ନ ଦେଶକୁ କେତେ ଦୂର ଆଗକୁ ନେଇପାରିବ। ଧୀରୁଭାଇ ଅମ୍ବାନୀ ଏମିତି ଏକ ଭାରତର ସ୍ୱପ୍ନ ଦେଖିଥିଲେ ଯାହା ପୂରା ବିଶ୍ୱ ସହ ପ୍ରତିଯୋଗିତା କରିବାରେ ସକ୍ଷମ ଥିଲା । ଜଣେ ସାଧାରଣ ପରିବାରର ଯୁବକ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ନେଲା ସତ କିନ୍ତୁ ଯେଉଁ ଲୋକଙ୍କ ସାହାଯ୍ୟ ନେଲା ସେମାନେ ପରବର୍ତ୍ତୀ ସମୟରେ ଆଉ ସାଧାରଣ ହୋଇ ରହିଲେ ନାହିଁ । ଏମିତି ଜଣେ ବ୍ୟକ୍ତିତ୍ବ, ଯାହାକୁ ନିଜ ଅଂଶୀଦାର କରୁଥିଲେ ସେ ସଫଳତାର ସିଡ଼ି ଚଢ଼ି ଚଢ଼ି ଚାଲୁଥିଲା । ଆଉ ଏହି ସଫଳତାର ଯାତ୍ରା ଜନ୍ମ ଦେଇଥିଲା ଦେଶର ସବୁଠୁ ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’।

କୁହନ୍ତି ବାପାର ଜୋତାରେ ପୁଅର ପାଦ ପଶିଗଲେ ସବୁଠୁ ଖୁସି ବାପା ହିଁ ହୁଅନ୍ତି । ଅର୍ଥାତ୍ ବାପାଙ୍କଠାରୁ ପୁଅ ଯଦି ଅଧିକ ସଫଳତାର ସ୍ବାଦ ଚାଖେ ବାପାଙ୍କ ଖୁସିର ଠିକଣା ନଥାଏ । ଧୀରୁଭାଇଙ୍କର ସେହି ସ୍ବପ୍ନକୁ ଆଗକୁ ବଢ଼ାଇଥିଲେ ପୁଅ ମୁକେଶ ଅମ୍ବାନୀ। ବାପାଙ୍କ ଲେଗାସିକୁ ଆଗକୁ ବଢ଼ାଇ ଜାମନଗରରେ ନିର୍ମାଣ କରାଇଥିଲେ ଏକ ବିଶାଳ ରିଫାଇନିଂ କମ୍ପ୍ଲେକ୍ସ। ମାତ୍ର ୩୬ ମାସରେ ନିର୍ମିତ ଏହି ପ୍ରକଳ୍ପ ପ୍ରମାଣ କରିଥିଲା ଯେ ଦୂରଦୃଷ୍ଟି, ଆଧୁନିକ ପ୍ରଯୁକ୍ତି ଏବଂ ଦୃଢ଼ ସଂକଳ୍ପ ମିଶିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। କାରଣ ଏକ ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନ ଗଢ଼ିବାର ଅର୍ଥ କେବଳ ଉତ୍ପାଦନ କ୍ଷମତା ବଢ଼ାଇବା ନୁହେଁ। ଏହା ହେଉଛି ଦେଶର ସାମର୍ଥ୍ୟ ବଢ଼ାଇବା, ନୂଆ ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ସମ୍ଭାବନାକୁ ନୂଆ ଉଚ୍ଚତାକୁ ନେବା। ଧୀରୁଭାଇଙ୍କ ପରେ ପୁଅ ମୁକେଶ୍ ଅମ୍ବାନୀ ଏବଂ ବର୍ତ୍ତମାନ ଆକାଶ ଏବଂ ଅନନ୍ତ ଅମ୍ବାନୀ ଅମ୍ବାନୀ ପରିବାରର ଏହି ଲେଗାସିକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି । 

Leave a Reply

Your email address will not be published. Required fields are marked *